ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ତରଫା ପ୍ରେମକୁ ନେଇ ଅଘଟଣ ଘଟି ଯାଇଛି । ଯୋରଜବରଦସ୍ତ ଯୁବତୀଙ୍କୁ ପ୍ରେମ ଆବେଦନ କରି ଯୁବତୀଙ୍କୁ ଧମକାଇବାକୁ ପଛାଇ ନାହାଁନ୍ତି ପ୍ରେମୀକ ପ୍ରବର । ହାଇଦ୍ରାବାଦରେ ଜଣେ ଯୁବତୀ ହୋମିଓପାଥୀ ପଢ଼ୁଥିବା ବେଳେ ତାଙ୍କ ଭାଇ ଇଞ୍ଜିନିୟରିଂ କରୁଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ କିଛି ଦିନ ହେବ ଯୁବତୀଜଣକ ପିଛା କରୁଥିବା ବେଳେ ତାଙ୍କୁ ପ୍ରେମ ନିବେଦନ କରୁଥିଲେ। ମାତ୍ର ଯୁବତୀଜଣକ ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ । ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମୀକ ପ୍ରବୀର ରବିବାର ଯୁବତୀଙ୍କ ଘରେ ପଶିଥିଲେ।ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏବଂ ଏଥିରେ ଯୁବକଜଣକ ଏକ ଛୁରୀ ସାହାଯ୍ୟରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ଯୁବତୀଜଣକ ଚିତ୍କାର କରିବାରୁ ଘରେ ଥିବା ତାଙ୍କ ଭାଇ ଆସି ଯୁବକଙ୍କୁ ବିରୋଧ କରିଥିଲେ। ଫଳରେ ଯୁବକଙ୍କ ଛୁରା ମାଡ଼ରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କ ଭାଇଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ସେ ଯୁବତୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଠା କରିଥିଲେ । ହେଲେ ସେଥିରେ ସଫଳ ହୋଇ ନଥିଲେ ପ୍ରେମୀକ ଜଣକ । ସେହି ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ। ସେପଟେ ଖବର ପାଇ ପୁଲିସ୍ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।