ଭାରତ-ଚୀନ ସୀମାରେ ସେନାର ଯୁଦ୍ଧାଭ୍ୟାସ ଅପରେଶନ ‘ହିମବିଜୟ’

0

(ରିପୋଟର୍ସ ଟୁଡେ, ନୁଆଦିଲ୍ଲୀ):ଭାରତ-ଚୀନ ସୀମାରେ ଭାରତୀୟ ସେନା ତା’ର ଶକ୍ତି ବୃଦ୍ଧି ପାଇଁ ଅଭ୍ୟାସ ଆରମ୍ଭ କରିଛି । ସେନା ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ରକୁ ଭାରତ-ଚାଇନା ସୀମାରେ ମୁତୟନ କରିବାକୁ ଯୋଜନା କରୁଛି । ଏହି ଯୁଦ୍ଧାଭ୍ୟାସକୁ ଅପରେଶନ ‘ହିମବିଜୟ’ବୋଲି ନାମକରଣ କରାଯାଇଛି । ଯୁଦ୍ଧାଭ୍ୟାସ ଦ୍ୱାରା ଅରୁଣାଚଳ ପ୍ରଦେଶରେ ପ୍ରସ୍ତୁତ ହୋଇଥିବା ନୁଆ ୧୭ ମାଉଣ୍ଟେନ୍ ଷ୍ଟ୍ରାଇକ କ୍ରପ୍ଟର ଯୁଦ୍ଧ ଲଢିବାର କ୍ଷମତାକୁ ପରୀକ୍ଷା କରାଯିବ । ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ବାୟୁସେନା ମଧ୍ୟ ସାମିଲ ହେବ । ‘ହିମବିଜୟ’ ଅଭ୍ୟାସ ସମୟରେ ନିକଟରେ ଭାରତୀୟ ସେନାରେ ସାମିଲ ହୋଇଥିବା ଆଉ ଏକ ଶକ୍ତିଶାଳୀ ଆମେରିକୀୟ ଅସ୍ତ୍ର ଚିନୁକ ହେଲିକପ୍ଟର ମଧ୍ୟ ଏହି ଯୁଦ୍ଧାଭ୍ୟାସରେ ସାମିଲ ହେବ। ଚିନୁକ ହେଲିକପ୍ଟର ୨୫ ମାର୍ଚ୍ଚ ୨୦୧୯ରେ ଚଣ୍ଡିଗଡ଼ ଏୟାର ବେସରେ ବାୟୁସେନାରେ ସାମିଲ କରାଯାଇଥିଲା।