ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଅସ୍ତ୍ରୋପଚାର ଗତକାଲି ବିଳମ୍ୱିତ ରାତିରେ ସଫଳତାର ସହ ଶେଷ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋକେ ସୂଚନା ଦେଇଛନ୍ତି। ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ଅପରେସନ ହୋଇଥିଲା । ଟୋପେ କହିଛନ୍ତି ସଫଳତାର ସହ ଷ୍ଟୋନ ବାହାର କରାଯାଇଛି । ବର୍ତ୍ତମାନ ତାଙ୍କୁ କିଛି ଦିନ ହସ୍ପିଟାଲରେ ଡାକ୍ତରୀ ଦଳ ନିରୀକ୍ଷଣରେ ରହିବାକୁ ହେବ। ଆଗକୁ ଯଦି ତାଙ୍କର ଯନ୍ତ୍ରଣା ନ କମିବ ତାହେଲେ ତାଙ୍କର ଗଲବ୍ଲାଡର କଢାଯିବ ବୋଲି ଡାକ୍ତର କହିଛନ୍ତି ।
ରବିବାର ୮୦ ବର୍ଷୀୟ ଶରଦ ପାଓ୍ୱାରଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷାରୁ ତାଙ୍କ ପିତକୋଷରେ ସମସ୍ୟା ଥିବା ଜଣାପଡିଥିଲା । ପାର୍ଟି ପକ୍ଷରୁ ତାଙ୍କର ଶରୀର ଅସୁସ୍ଥତା ନେଇ ଟ୍ୱିଟରେ ପୋଷ୍ଟ କରାଯାଇଥିଲା । ଗତ ୨୯ ମାର୍ଚ୍ଚରେ ଚିକିତ୍ସା ପାଇଁ ପାଓ୍ୱାରଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ଅଣାଯାଇଥିଲା ।