ସୁନାମୀ ପ୍ରଭାବିତ ଇଣ୍ଡୋନେସିଆକୁ ସାହାଯ୍ୟ କରିବା ପାଇଁ ଭାରତ ଆରମ୍ଭ କଲା ଅପରେସନ ‘ସମୁଦ୍ର ମୈତ୍ରୀ’

0

(ରିପୋଟର୍ସ ଟୁଡେ) : ଇଣ୍ଡୋନେସିଆରେ ଭୂକମ୍ପ ଏବଂ ସୁନାମୀ ପିଡିତଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ବ୍ୟାପକ ପ୍ରକ୍ରିୟା ଆରମ୍ଭ କରି ବିମାନ ଏବଂ ନୌସେନାର ତିନିଗୋଟି ପୋତ ପଠାଇଛି ଯେଉଁଥିରେ ଜରୁୁରୀ କାଳିନ ସାମଗ୍ରୀ ଲଦା ହୋଇଛି । ବିଦେଶି ମନ୍ତ୍ରାଳୟ ବୁଧବାର ଦିନ ଏକ ବୟାନରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରାଳୟ କହିବା ଅନୁୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋଙ୍କ ମଧ୍ୟରେ ଅକ୍ଟୋବର ୧ ତାରିଖରେ ଟେଲିଫୋନ ଯୋଗେ କଥାବାର୍ତ୍ତା ଯୋଗେ ତଥା ଇଣ୍ଡୋନେସିଆ ଦ୍ୱାରା ଅନ୍ତଃରାଷ୍ଟ୍ରିୟ ସହାୟତା ସ୍ୱିକାର କରିବା ପରେ ଭାରତ ଅପରେସନ ‘ସମୁଦ୍ର ମୈତ୍ରୀ’ ଆରମ୍ଭ କରିଥିଲା । ବାୟୁ ସେନାର ଦୁଇଟି ବିମାନ ବୁଧବାର ଦିନ ସକାଳେ ଚିକିତ୍ସାକର୍ମୀ ଏବଂ ଜରୁରୀକାଳୀନ ସାମଗ୍ରୀ ସହିତ ଇଣ୍ଡୋନେସିଆ ଯାତ୍ରା ଆରମ୍ଭ କରିଥିଲା । ଏହି ବିମାନ ମଧ୍ୟରେ ସି-୧୩୦ ଜେ ଏବଂ ସି-୧୭ ସାମିଲ ଅଛି ।

ସୀ-୧୩୦ ଜେ ବିମାନରେ ତମ୍ବୁ ଏବଂ ଜରୁରୀକାଳୀନ ଉପକରଣ ସହିତ ଏକ ମେଡିକାଲ ଟିମ୍ ପଠାଯାଇଛି । ଏହି ଉପକରଣ ସାହାଯ୍ୟରେ ଏକ ଅସ୍ଥାୟୀ ଚିକିତ୍ସାଳୟ ନିର୍ମାଣ କରାଯାଇପାରିବ । ସୀ-୧୭ ବିମାନରେ ତକ୍ତାଳ ସହାୟତା ପ୍ରଦାନ କରିବା ପାଇଁ ଔଷଧ, ଜେନରେଟର,ତମ୍ବୁ ଏବଂ ପାଣି ଆଦି ସାମଗ୍ରୀ ପଠାଯାଇଛି । ବିମାନ ଜରୁରିକାଳୀନ ସାମଗ୍ରୀ ସହିତ ବୁଧବାର ଦିନ ସଂନ୍ଧ୍ୟା ସମୟରେ ଇଣ୍ଡୋନେସିଆରେ ପହଁଞ୍ଚିଥିଲା । ନୌସେନାର ତିନୋଟି ପୋତୋ- ଆଇଏନଏସ ତୀର, ଆଇଏନଏସ୍ ସୁଜାତା ଏବଂ ଆଇଏନଏସ୍ ସାର୍ଦୁୁଲ ଅକ୍ଟୋବର ୬ ତାରିଖରେ ଇଣ୍ଡୋନେସିଆ ଦ୍ୱୀପ ସୁଲାବେସୀ ପହଞ୍ଚିବାରର ସମ୍ଭାବନା ରହିଛି । ଇଣ୍ଡୋନେସିଆରେ ଶୁୁକ୍ରବାର ଦିନ ୭.୫ ତିବ୍ରତାର ଭୂକମ୍ପ ଆସିଥିଲା ଯାହାର ପ୍ରଭାବରେ ସୁନାମୀର ଜନ୍ମ ନେଇଥିଲା । ଭୂକମ୍ପ ଏବଂ ସୁନାମୀ କାରଣରୁ ସେଠାରେ ବହୁତ କ୍ଷତିଗ୍ରସ୍ତ ହୋଇଛି ।