ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ନିପାତ

0

ନୂଆଦିଲ୍ଲୀ; ପାକିସ୍ତାନ ଆତଙ୍କୀଙ୍କୁ ମୁହଁ ତୋଡ ଜବାବ ଦେଇଛି ଭାରତ । ଏଥିପାଇଁ ପାକିସ୍ତାନ ପ୍ରତିଶୋଧ ନେବା ପାଇଁ ଅସ୍ତ୍ରବିରତୀ ଉଲ୍ଲଘଂନ କରି ଆକ୍ରମଣ କରୁଛି । କିନ୍ତୁ ଭାରତ ଏହାର କଡ୍ଡା ଜବାବ ଦେବାକୁ ସର୍ବଦଳୀୟ ବୈଠକ ଡାକି ବ୍ଳି-ପ୍ରିଣ୍ଟ ତିଆରୁ କରୁଛି । ଭାରତୀୟ ସେନା ସଜାଗ ରହିଛନ୍ତି । ଜଳ ,ସ୍ଥଳ ଓ ଆକାଶ ମାର୍ଗରେ ଚାରିଆଡୁ ପାକିସ୍ତାନକୁ ଘେରିଛନ୍ତି ଭାରତୀୟ ସେନା । ସେପଟେ ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ‘ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି ö ସବୁ ତଥ୍ୟ ସାର୍ବଜନୀନ କରିହେବନି ।’୨୫ ମିନିଟର ସର୍ଜିକାଲ୍ ଷ୍ଟ୍ରାଇକରେ SCALP ମିସାଇଲ୍ ଏବଂ HAMMER ସ୍ମାର୍ଟ ବୋମା ଭଳି ହତିଆର ବ୍ୟବହାର କରି ପାକିସ୍ତାନ ଏବଂ POKର ୯ ଟି ଆତଙ୍କୀ ସ୍ଥାନକୁ ଧୂଳିସାତ୍ କରିଛି ଭାରତ ।