(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ପାରାଦୀପ ପାଇଁ ବିଜେଡି ପକ୍ଷରୁ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଟିକେଟ ଦିଆଯାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ପାରାଦୀପବାସୀ । ଆଜି ପାରଦୀପର ୨ ହଜାର ବିଜେଡି ସମର୍ଥକ ସମ୍ବିତଙ୍କ ଟିକେଟ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ସେମାନେ ସାମୂହିକ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି । ଦାମ ରାଉତ ପୂର୍ବରୁ ସେଠାରେ ବିଧାୟକ ପ୍ରାର୍ଥୀ ଭାବେ ଲଢି ଆସୁଥିଲେ । ତାଙ୍କୁ ଦଳରୁ ବହଷ୍କାର କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ବିଜେପିରେ ମିଶିବା ପରେ ସମ୍ବିତଙ୍କୁ ସେଠାରୁ ଲଢିବାକୁ ବିଜେଡି ଟିକେଟ ଦେଇଥିଲା ।