ନୂଆଦିଲ୍ଲୀ: ସୋମବାର ଦିନ କଂଗ୍ରେସର ବରିଷ୍ଠ ନେତା କପିଳ ସିବଲଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଅବସରରେ ସିବଲ ରାତ୍ରଭୋଜିର ଆୟୋଜନ କରିବା ସହିତ ଉକ୍ତ ଭୋଜିକୁ ସମସ୍ତ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରିଥିଲେ। ସେଠାରେ ଯୋଗଦେଇଥିବା ନେତୃବୃନ୍ଦ ମୁଖ୍ୟତଃ ବିରୋଧୀ ଦଳଗୁଡିକୁ ଏକଜୁଟ କରିବା ଏବଂ ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ପରାଜିତ କରିବା ଉପରେ ଦୃଷ୍ଟିନିବଦ୍ଧ କରିବାକୁ ଗୁରୁତ୍ୱ ଦେଇଥିଲେ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ବିରୋଧୀ ଦଳର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ଭୁପିନ୍ଦର ସିଂ ହୁଡା, ଶଶି ଥରୁର, ଆନନ୍ଦ ଶର୍ମା, ମୁକୁଲ ୱାସନିକ,ପୃଥ୍ୱୀରାଜ ଚୌହାନ୍, ମନିଷ ତିୱାରୀ ଏହି ରାତ୍ରୀ ଭୋଜନରେ ଯୋଗ ଦେଇଛନ୍ତି । ହାସହ ଆରଜେଡି ମଙ୍ଗୁଆଳ ଲାଲୁ ଯାଦବ, ଏନସିପି ସୁପ୍ରିମୋ ଶରଦ ପାୱାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ରାମଗୋପାଳ ଯାଦବ,ସିପିଆଇଏମ ମୁଖ୍ୟ ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲା, କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ, ଶିବସେନାର ସଂଜୟ ରାଉତ । ଟିଏମସିର କଳ୍ୟାଣ ବାନାର୍ଜୀ ଓ ଡେରେକ୍ ଓ ବ୍ରିଏନ୍ ; ଡିଏମକେର ତିରୁଚି ଶିବା ଓ ଟି କେ ଆଲାଙ୍ଗୋଭାନ୍, ଆରଏଲଡିର ଜୟନ୍ତ ଚୌଧୁରୀ ଓ ଟିଆରଏସ୍, ଟିଡିଏସର ନେତା ମଧ୍ୟ ଯୋଗ ଦେଇଛନ୍ତି ।