ଭୁବନେଶ୍ୱର:ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି। ଆନ୍ଦୋଳନକାରୀଙ୍କୁ ଅଟକାଉଥିବା ବେଳେ ମହିଳା ଆଇଆସିଙ୍କୁ ଧକ୍କା ମାରିଛନ୍ତି ଜୟନାରାୟଣ । ତେବେ ଧମକ ପରେ ଆଇଆଇସି ଅନିତା ପ୍ରଧାନଙ୍କୁ ବିଜେପି ନେତା ଜୟନାରାୟଣ ମିଶ୍ର ଆକ୍ରମଣ କରଥିବା ଜଣାପଡିଛି । ସୂଚାନ ମୁତାବକ, ସମ୍ବଲପୁରରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା । ସେହି ସମୟରେ ପୋଲିସ ଓ ବିଜେପି ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପ୍ରଥମେ କଥା କଟାକଟି, ପରେ ଠେଲାପେଲା ହୋଇଥିଲା। ଏହି ସମୟରେ ଜୟ ନାରାୟଣ ମିଶ୍ର ଆଇଆଇସି ଅନିତା ପ୍ରଧାନଙ୍କୁ ଠେଲା ପେଲା କରିବା ସହ ଚାପୁଡା ମାରିବି ବୋଲି କହିଛନ୍ତି ।
ସେପଟେ ଜୟନାରାୟଣ ମିଶ୍ର କହିଛନ୍ତି,ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ । ଆଇନ ଅମାନ୍ୟ ଆନ୍ଦୋଳନରେ ସାଧାରଣ ଠେଲା ପେଲା ଚାଲେ । କିନ୍ତୁ ଧନୁପାଲ୍ଲୀ ଆଇଆଇସି ଜାଣିକରି ଆଗ ମୋତେ ଧକ୍କା ମାରିଲେ । ସେ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ । ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକ୍କା ମାରୁଛନ୍ତି । ଯଦି ପୋଲିସ ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରୁଛି ତାହା ହେଲେ ପୋଲିସର ଆଚରଣ କେମିତି ହୋଇଥାଇପାରେ ତାହା ଅନୁମାନ କରନ୍ତୁ । ସେ ପ୍ରଥମେ ଧକ୍କା ମାରିବା ପରେ ମୁଁ ତାଙ୍କୁ କହିଥିଲି ତୁମେ ଦୁର୍ନୀତିଗ୍ରସ୍ତ ଲୋକ । ତାହା ପରେ ପୁଣିଥରେ ଉତ୍ତେଜିତ ହୋଇ ସେ ମୋତେ ଧକ୍କା ମାରିଲେ । ଧନୁପାଲ୍ଲୀ ଥାନା ଏବେ ଡକାୟତି ସେଣ୍ଟରରେ ପରିଣତ ହୋଇଛି । ମୁଁ ଯାହା କହୁଛି ତାଙ୍କୁ ବାଧୁଛି ବୋଲି ଏମିତି କରିଥିବେ ବୋଲି କହିଛନ୍ତି ଜୟନାରାୟଣ ।
ଅନ୍ୟପକ୍ଷରେ ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି କହି ଆନ୍ଦୋଳନ କରୁଥିବା ବେଳେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଏଭଳି ଆଚରଣ ଓଡିଶାବାସୀଙ୍କୁ ଚକିତ କରିଛି ।