ନବ ଦାସ ପ୍ରସଙ୍କ ନେଇ ବିଧାନସଭାରେ ସରକାରଙ୍କୁ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ

0

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ନବ ଦାସଙ୍କ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ନବ ଦାସଙ୍କ ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟାକାଣ୍ଡକୁ ଷାଠିଏ ଦିନ ବିତିଗଲା । କିନ୍ତୁ ହତ୍ୟାର ଉଦେଶ୍ୟ ଏବଂ ହତ୍ୟାକାଣ୍ଡର କାରଣ ଓ ଏହା ପଛରେ କିଏ ଜଣାପଡିଲା ନାହିଁ । ଏଥିରୁ ଓଡିଶା ପୋଲିସର ପାରିବା ପଣିଆ ଜଣା ପଡି ଯାଉଛି। ଘଟଣାକୁ ଚପେଇ ଦେବାକୁ ଚେଷ୍ଟା ହେଉଛି ପ୍ରତ୍ୟେକ ହତ୍ୟାର ଉଦେଶ୍ୟ ଥାଏ, ଏହା କ୍ରିମିନାଲ କନସ୍ପିରେସି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ କହିଲେ ନାହିଁ । ଜଣେ ଗୋଟେ ଗୋଟେ କଥା କହୁଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ଏଫବିଆଇ ତଦନ୍ତର ନଜିର ନାହିଁ, ପ୍ରଶ୍ନର ଉତ୍ତରରେ ସରକାର କହିଥିଲେ, ତେଣୁ ଏହା ଏକ ବିଶ୍ୱସ୍ତରିୟ ହତ୍ୟା ସେଥିପାଇଁ, ବିଶ୍ୱସ୍ତରୀୟ ତଦନ୍ତର ଦାୟିତ୍ୱ ଦେଲେ । ବିଧାନସଭା ସରିଗଲେ ଏହି ଘଟଣା କୁ ମାହାଙ୍ଗା ଓ ଅନ୍ୟ ଘଟଣା ଭଳି ଚପାଇ ଦେବେ ସରକାର । ଏହି ଘଟଣା କଣ ହେବ ତଦନ୍ତ ର କୌଣସି ସମୟ ସୀମା ନାହିଁ । ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠୁଛି, ପୋଲିସ ଗୋଟେ ନୂଆ ନୂଆ କାହାଣୀ କହୁଛି, ଯଦି କୌଣସି ନିଷ୍କର୍ସ ବାହାରୁନି ତେବେ ଏଇ ଗୃହର ଆବଶ୍ୟକତା କଣ ରହିଛି । ଅନେକ ହତ୍ୟା ହେଲାଣି, ବଡ ବଡ଼ ଲୋକଙ୍କ ହାତ ଅଛି, ବଡ଼ ବଡ଼ ଲୋକଙ୍କ ହାତ ଅଛି, ସେଥିପାଇଁ ସରକାର ତଦନ୍ତ କରିବାକୁ ଚାହୁଁ ନାହାନ୍ତି.. କଣ କରିବୁ ଆମେ, ସାଧାରଣ ଜନତା କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର ।