(ନୂଆଦିଲ୍ଲୀ): କୃଷି ଆଇନକୁ ନେଇ ଚାଷୀଙ୍କ ମଧ୍ୟରେ ବିରୋଧ ଦିନକୁ ଦିନ ତୀବ୍ର ହେଉଛି । କେନ୍ଦ୍ର ସରକାର ପଠାଇଥିବା ପ୍ରସ୍ତାବ ଗୁଡିକୁ ବୁଧବାର କୃଷକ ସଂଗଠନ ବୁଧବାର କରିଛନ୍ତି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି । ଏସବୁ ଭିତରେ ଆଜି ବିରୋଧୀଙ୍କ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କୃଷି ଆଇନ ରଦ୍ଧ କରିବାକୁ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ସୀତାରାମ ୟେଚୁରୀ ଏବଂ ଅନ୍ୟ ବିରୋଧୀଦଳର ନେତାମାନେ ଯୋଗ ଦେଇଥିଲେ।
ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, କୃଷକମାନେ ଦେଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ସେମାନଙ୍କ ସ୍ୱାର୍ଥରେ ନାହିଁ। ସଂସଦରେ ଆଲୋଚନା ବିନା ଏହି ବିଲ୍ ଅସାମ୍ବିଧାନିକ ଭାବେ ପାରିତ ହୋଇଛି। ସେ କହିଛନ୍ତି ଯେ ଯେଉଁଭଳି ଭାବରେ କୃଷି ବିଲ୍ ପାରିତ ହୋଇଛି ଏହା ଚାଷୀଙ୍କ ପାଇଁ ଅପମାନ ବୋଲି ଆମେ ଅନୁଭବ କରୁଛୁ ବୋଲି ସେ କହିଛନ୍ତି । । ସେହିପରି ସୀତାରାମ ୟେଚୁରୀ କହିଛନ୍ତି ଯେ, ୨୫ ରୁ ଅଧିକ ବିରୋଧୀ ଦଳ କୃଷି ଆଇନ ପ୍ରତ୍ୟାହାର ଦାବିରେ ସହାୟତା କରିଛନ୍ତି। ଏହି ନିୟମଗୁଡ଼ିକ ଭାରତର ସ୍ୱାର୍ଥରେ ନାହିଁ ଏବଂ ଏହା ଆମର ଖାଦ୍ୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି।ଶରଦ ପାୱାର କହିଛନ୍ତି ଯେ ସମସ୍ତ ବିରୋଧୀ ଦଳ କୃଷି ବିଲ୍ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି ଏବଂ ଏହାକୁ ଚୟନ କମିଟି ନିକଟକୁ ପଠାଯିବା ଉଚିତ। ମାତ୍ର ସରକାର ଏହାକୁ ଗ୍ରହଣ କଲେ ନାହିଁ, ଆଇନ ଭାବରେ ଏହାକୁ ଗୃହୀତ କରିଦେଲେ ।