ଭୁବନେଶ୍ୱର: ଶୂନ୍ୟକାଳରେ ୫ଟି ସ୍କୁଲ କୁ କମ୍ପ୍ୟୁଟର ଯୋଗାଣ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେ ୫ଟି ସ୍କୁଲ ଗୁଡିକୁ ଯୋଗାଇ ଦିଆଯାଇଥିବା କମ୍ପ୍ୟୁଟରରେ ସୁବ୍ରତ ଛାଟୋଇଙ୍କର କଣ ଭୂମିକା ରହିଛି । ଆଇଟି ସଚିବ ଏବଂ ୫ଟି ସଚିବଙ୍କ ସହ ତାଙ୍କର କଣ ସମ୍ପର୍କ ରହିଛି । ଜାଲ ସାର୍ଟିଫିକେଟ ରାକେଟ ବଲାଙ୍ଗୀରରେ ଧରା ପଡିଛି । ତା ସହିତ ବଣିକ ଇନଷ୍ଟିଚିୟୁଟ ର କଣ ସମ୍ପର୍କ ରହିଛି । ଗୃହରେ ଏ ନେଇ ସରକାର ଉତ୍ତର ରଖନ୍ତୁ ବୋଲି ଦାବି କଟିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।