ବିଧାନସଭାର ବଜେଟ୍ ଅଧିବେଶନର ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ, ବିଜେପି ସଦସ୍ୟଙ୍କ ନାରାବାଜି ଦେଖିବାକୁ ମିଳିଛି । ତେଣୁ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଛନ୍ତି ।ସେପଟେ, ଅପରାହ୍ଣରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ ବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢିବ ବୋଲି ଆକଳନ କରାଯାଇଛି । ୨୦୨୪ରେ ନିର୍ବାଚନ ଥିବାରୁ ଏହି ବଜେଟ୍ ବିଜେଡି ପାଇଁ ଗୁରୁତ୍ୱ ବହନ କରିବ ବୋଲି ମଧ୍ୟ କୁହାଯାଉଛି ।