ବିଜେଡିକୁ ହରାଇବା ପାଇଁ ବିରୋଧୀଙ୍କ ରଣନୀତି

0

( ପୁରୀ/ ଜୟନ୍ନ୍ତ କୁମାର ସେଠୀ): ନିର୍ଵାଚନ ପାଇଁ ପ୍ରସ୍ତୁତ ହେଲେଣି ନେତା । ନିଜ ନିଜର ସମର୍ଥକ ମାନଙ୍କୁ ଧରି ଭୋଟର ମାନଙ୍କୁ ପ୍ରଭାବିତ କରିବାକୁ ଅ।ରମ୍ଭ କରି ଦେଲେଣି । ଶାସକ ଦଳର ନେତା ଓ କର୍ମୀ ମାନେ ବିକାଶ କୁ ଅ।ଧାର କରି ନିର୍ଵାଚନ ମଇଦାନ ପାର ହେବା ପାଇଁ ଅ।ଶାବାଦୀ ଥିବା ବେଳେ ବିରୋଧୀ ଖୋଜୁଛି ଶାସକ ଦଳର ଦୋଷ ଦୁର୍ଵଳତା। ଅ।ଉ ମାତ୍ର କେଇ ମାସ ବାକି ରହିଲା ନିର୍ବାଚନ କୁ । ଯେଉଁ ନିର୍ଵାଚନ ମଣ୍ଡଳୀ କଂଗ୍ରେସ ଦଖଲ ରେ ଥିଲା । ଏବେ ବିଜେଡିର ନେତାଙ୍କ ହାତରେ ।
ପୁରୀଜିଲ୍ଲା ସତ୍ୟବାଦୀ ନିର୍ଵ।ଚନ ମଣ୍ଡଳୀରେ ରହିଛି ୨ ଟି ବ୍ଲକ । ଗୋଟିଏ ସତ୍ୟବାଦୀ ଓ ଅ।ଉ ଗୋଟିଏ ହେଲା କଣାସ ବ୍ଲକ । ସତ୍ୟବାଦୀ ବ୍ଲକରେ ୨୪ ଗୋଟି ପଚଂ।ୟତ ଥିବା ବେଳେ କଣାସରେ ରହିଛି ୨୮ ଟି ପଚଂ।ୟତ । ସତ୍ୟବାଦୀ ଓ କଣାସ ବ୍ଲକ ବିଜେଡି ହାତରେ ରହିଥିବାବେଳେ କଂଗ୍ରେସ, ବିଜେପି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ସୁଦୃଢ ଭାବେ ଲଢେଇ କରିବାକୁ ଆଶୀୟୀ ଅଛନ୍ତି ।

ସତ୍ୟବାଦୀ ଓ କଣାସ ଉଭୟ ବ୍ଲକ ଶାସକ ବିଜେଡି ହାତରେ ରହିଛି । କିନ୍ତୁ ଥିବା ବେଳେ ବିଧାୟକ ଅଛନ୍ତି ସତ୍ୟବାଦୀ ନିର୍ଵାଚନ ମଣ୍ଡଳୀ ରେ ସ୍ଵାଧୀନ ଭାବରେ ବିଜୟ ଲାଭ କରିଥିବା ଉମାକାନ୍ତ ସାମନ୍ତରାୟ । ଉମାକାନ୍ତ ସ୍ଵାଧୀନ ଭାବରେ ଜିତିଥିଲେ ମଧ୍ୟ ବିଜେଡି ତାଙ୍କୁ ଦଳରେ ମିଶାଇ ସତ୍ୟବାଦୀରେ ବିଜେଡିର ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ ଅ।ରମ୍ଭ କରିଛି । ଉମାକାନ୍ତ ସାମନ୍ତରାୟ ୨୦୧୪ ନିର୍ଵାଚନ ରେ ବିଜେଡିର ପ୍ରାର୍ଥୀ ରମା ରଜଂନ ବଳିୟାର ସିଂଙ୍କୁ ପରାସ୍ତ କରିଥିବା ବେଳେ ସାରା ରାଜ୍ୟରେ ନିଜର ପ୍ରଭାବ ବିସ୍ତାର କରିଥିଲେ । ସ୍ଵାଧୀନରେ ଜିଣିଥିବା ଉମା ଏବେ ବିଜେଡିର ମଙ୍ଗ ଧରି ସତ୍ୟବାଦୀରେ ନେୁତୁତ୍ଵ ନେଉଥିବାରୁ ପୁଣି ଥରେ ବିଧାୟକ ହେବାର ସ୍ଵପ୍ନ ଦେଖିଛନ୍ତି । ଏଥର ସ୍ଵାଧୀନ ଭାବରେ ନୁହେଁ ଶାସକ ବିଜେଡି ଓ ନବୀନ ମ୍ୟାଜିକ ରେ ବିଜେଡି ଟିକେଟ ହାତେଇ ପୁଣି ଥରେ ସତ୍ୟବାଦୀ ଗଡ ଜିତିବେ ବୋଲି ଅ।ଶା ରଖିଛନ୍ତି । ସେପଟେ ଉମାଙ୍କ ବିରୁଦ୍ଧରେ ଶାସକ ବିଜେଡିରେ ପ୍ରତିଦୃନ୍ଦିତା କରିଥିବା ରମା ରଜଂନ ବଳିୟାର ସିଂ ବିଜେଡିରୁ ଇସ୍ତପା ଦେଇ ବିଜେପି ଅତି ନିକଟରେ ଯୋଗ ଦାନ କରିଥିବା ବେଳେ ଉମାଙ୍କ ପାଇଁ କଣ୍ଟା ସାଜିଛନ୍ତି ବିଜେଡି ଦଳର ପୁରୀ ନଗରପାଳ ଜୟନ୍ତ ଷଡଙ୍ଗୀ ଓରଫ ନିଲୁ ଷଡଙ୍ଗୀ ।ସେପଟେ ଏହି ନିର୍ଵ।ଚନ ମଣ୍ଡଳୀରେ କଂଗ୍ରେସର ନେତୁତ୍ଵ ନେବେ ପୂର୍ଵତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । କଂଗ୍ରେସର ସ୍ଥିତି ରାଜ୍ୟରେ ସୁଦୃଢ ନଥିଲେ ମଧ୍ୟ ନିଜର ପତିଅ।ରା ରେ କଂଗ୍ରେସ କର୍ମୀଙ୍କୁ ଏକଜୁଟ କରି ନିର୍ଵାଚନ ମଇଦାନ ପାର ହେବାକୁ ଉଦ୍ୟମ ଅ।ରମ୍ଭ କରି ଦେଲେଣି ପ୍ରସାଦ । ପ୍ରାସାଦ ଏହି ନିର୍ଵାଚନ ମଣ୍ଡଳୀରେ ୨ଥର ବିଧାୟକ ଭାବରେ ଜିଣି ମଂତ୍ରୀ ହେବାର ମଧ୍ୟ ସୁଯୋଗ ପାଇ ଥିଲେ । ସେପଟେ କଂଗ୍ରେସ ପ୍ରସାଦଙ୍କୁ ଟିକେଟ ଦେବାର ଘୋଷଣା କରିବା ପରେ ପ୍ରସାଦ ନିଜ ଘର ସଜାଡି ବାରେ ଲାଗି ପଡିଛନ୍ତି । ଅପରପଟେ ରାଜ୍ୟରେ ୧୨୦ ମିଶନ ଦେଖିଥିବା ସତ୍ୟବାଦୀ ବିଜେପି ଦଳରୁ କିଏ ଟିକେଟ ପାଇ ନିର୍ଵ।ଚନ ଲଢିବ ସେ ନେଇ ସସପେନ୍ସ ଲାଗି ରହିଛି । ଯୁବନେତା ଓମ ପ୍ରକାଶ ମିଶ୍ର ଦଳରୁ ଟିକେଟ ନେଇ ନିର୍ଵାଚନ ଲଢିବାକୁ ଅ।ଶାବଦୀ ଥିବା ବେଳେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ରମା ରଜଂନ ବଳିୟାର ସିଂ ଗେରୁଅ। ପତାକା ଧରି ନିର୍ଵାଚନ ମଇଦାନ ପାର ହେବାକୁ ଅ।ଶା ରଖିଛନ୍ତି । ସେପଟେ ଏମାନଙ୍କୁ ବ୍ରେକ୍ ଲଗାଇଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ଵନାଥ ରଥ, ବିଶ୍ଵନାଥ ୨୦୧୪ ରେ ବିଜେପି ଟିକେଟ ରେ ନିର୍ଵ।ଚନ ଲଢିଥିବାରୁ ୨୦୧୯ ନିର୍ଵାଚନ ରେ ପୁଣି ବିଜେପି ଟିକେଟ ରେ ନିର୍ଵାଚନ ଲଢିବାକୁ ଅ।ଶା ରଖିଛନ୍ତି ।