(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ):ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବାର ମାତ୍ର ୨.୧ କିମି ପୁର୍ବରୁ ତା ସହ ଇସ୍ରୋର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ଇସ୍ରୋର ବୈଜ୍ଞାନିକମାନେ ନିରାଶ ନହୋଇ ଅରବିଟର ମିଶନ ଜାରି ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ଅରବିଟର ଚନ୍ଦ୍ରପୃଷ୍ଠର ଅନ୍ଧକାରଚ୍ଛନ୍ନ ଥିବା ଅଞ୍ଚଳର ଫଟୋ ଉଠାଇବ। ଯେଉଁଠାରେ କେବେ ସୁର୍ଯ୍ୟ କିରଣ ପଡେ ନାହିଁ । ତେବେ ପୁର୍ବରୁ ପଠାଯାଇଥିବା ଚନ୍ଦ୍ରଯାନ ତୁଳନାରେ ବର୍ତ୍ତମାନର ମିଶନ ଭଲ ପ୍ରଦର୍ଶନ କରୁଛି ବୋଲି ବୈଜ୍ଞାନିକମାନେ ସୁଚନା ଦେଇଛନ୍ତି ।
ଏନେଇ ଇସ୍ରୋର ପୁର୍ବତନ ଅଧ୍ୟକ୍ଷ ଏଏସ କିରଣ କୁମାର କହିଛନ୍ତି ଯେ, ଆମେ ଚନ୍ଦ୍ରଯାନ-୧ ଅପେକ୍ଷା ବର୍ତ୍ତମାନର ମିଶନ ଠାରୁ ବହୁ ଗୁଣା ଅଧିକ ଆଶା ରଖିଛୁ । ଆମେ ମାଇକ୍ରୋ ୱେବ୍ ଡୁଆଲ ଫ୍ରିକ୍ୟୁଏନ୍ସି ସେନସର ସାହାଯ୍ୟରେ ଚନ୍ଦ୍ରପୃଷ୍ଠର ଅନ୍ଧକାରଚ୍ଛନ୍ନ ଥିବା ଅଞ୍ଚଳର ଫଟୋ ଉଠାଇ ପାରିବୁ। ଅର୍ବିଟରରେ ସ୍ପେକ୍ଟ୍ରଲ ରେଞ୍ଜରେ ବହୁ ଦମଦାର କ୍ୟାମେରା ଖଞ୍ଜା ଯାଇଛି।
ଲ୍ୟାଣ୍ଡର ବିକ୍ରମ ମଧ୍ୟରେ ଥିବା ରୋଭରର ଜୀବନକାଳ ୧୪ ଦିନ ରହଥିବାରୁ ଏହା ସହ ସମ୍ପର୍କ ସ୍ଥାପନ କରିବାକୁ ଇସ୍ରୋ ପ୍ରଚେଷ୍ଟା ଚଳାଇଛି । ତେଣୁ ଶେଷ ସମୟ ଯାଏଁ ଏହା ସହ ଯୋଗାଯୋଗ କରିବାକୁ ବୈଜ୍ଞାନିକମାନେ ଚେଷ୍ଟା ଚଳାଇଛନ୍ତି ।