କାଲିମେଳା: ସ୍ଥାନୀୟ ଏମଭି 79 ମିନି ଷ୍ଟାଡ଼ିୟମ ଠାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାଠ ସହ ପ୍ର୍ୟତେକ ଦିନ ଖେଳର ମଧ୍ୟ ଆବଶ୍ୟକତା ରହିଛି। ଯାହା ଖୁସି ପ୍ରଦାନ କରିବା ସହ ଆମ ଶରୀର ସୁସ୍ଥ ରଖିବାରେ ସହାୟକ ହେବ।ପ୍ର୍ୟତେକ ଦିନ ବ୍ୟସ୍ତ ବହୁଳ ସମୟରୁ ଟିକେ ସମୟ ଯୋଗ ଅଭ୍ୟାସ ଆମକୁ ରୋଗ ଠାରୁ ବହୁ ଦୁରରେ ରଖିବ। ଏଭଲି ମତ ଦେଇଛନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଏମଭି 79 ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନୋଜ କୁମାର ସାହୁ। ପ୍ରଥମେ ଏହି ଉତ୍ସବର ଆରମ୍ଭରେ ହନୁମାନ ମନ୍ଦିର ପରିସରରୁ କ୍ରୀଡା ପ୍ରଜ୍ଞାନ ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡାଃ ଶ୍ୟାମା ପ୍ରସାଦ ଯୁକ୍ତ ଦୁଇ କଳା ଅଧକ୍ଷ ଡଃ ପ୍ରଶାନ୍ତ କୁମାର ମିଶ୍ର, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ପରିତୋଷ ସରକାର, ବିଦ୍ୟାଳୟ ପରିଚାଳନା କମିଟିର ଉପ ସଭାପତି ସମୀର ମିସ୍ତ୍ରୀ, ସଙ୍କୁଳ ସଂଯୋଜକ ସରୋଜ କୁମାର ସାମଲ, ଶୁକ ରଞ୍ଜନ ବୈଦ୍ୟ ଆଦିଙ୍କ ଦ୍ୟାରା କ୍ରୀଡା ଉତ୍ସବ ଉଦଘାଟିତ ହୋଇଥିଲା। ମୋଟ କୁନି କୁନି ପିଲା ମାନଙ୍କ ମଧ୍ୟରେ 28 ଟି କ୍ରୀଡାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହା ପରେ ଅପରାହ୍ନରେ ଉଦଯାପନୀ କାର୍ଯ୍ୟକ୍ରମରେ ସମ୍ପାଦକ ଅଶୋକ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ଉପଦେଷ୍ଟା ବିଭୂତି ଭୂଷଣ ସେଠି,ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଦୀପକ ଦତ୍ତ, ସଙ୍କୁଳ ପ୍ରମୁଖ କବିରାଜ ପ୍ରଧାନ, କୋଷାଧ୍ୟକ୍ଷ ସୁରେଶ ମେହେଟା, ପ୍ରଧାନ ଆଚାର୍ଯ୍ଯା ନାମିତା ମହାରଣା ଆଦି ମଞ୍ଚାସୀନ ଅତିଥି ରୂପେ ଯୋଗଦେଇ ଥିଲେ। ଏହି କ୍ରୀଡା ପ୍ରତିଯୋଗିତା ରେ ବିଭିନ୍ନ ବର୍ଗରେ ପୁରଷ୍କାର ପ୍ରଦାନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୟାରା ଏକ ଛୋଟ ସ୍ଵାଗତ ସଙ୍ଗୀତରେ ନୃତ୍ୟ ପରିବେଷଣ କରାଯାଇଛି। ଅୟୋଜିତ ଏହି କ୍ରୀଡା ଉତ୍ସବ ରେ ଜିଲ୍ଲାର ସମସ୍ତ 8 ଗୋଟି ଶିଶୁ ମନ୍ଦିର ର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଅଞ୍ଚଳବାସୀ, ବୁଦ୍ଧିଜିବୀ, ପୂର୍ବ ଛାତ୍ର ଛାତ୍ରୀ, ଅବିଭାବକ, ଗୁରୁଜୀ ଗୁରୁମା ଆଦି ଉପସ୍ଥିତ ଥିଲେ।