ଭୁବନେଶ୍ୱର;(ରିପୋଟର୍ସ ଟୁଡେ);- ଆୟବହିର୍ଭୂତ ସମ୍ପତି ଠୂଳ ଅଭିଯୋଗରେ ଗିରଫ ହେଲେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆଜି ବିଜୟଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କାରଣ ଭିଜିଲାନ୍ସି ତାଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ରେଡ କରି ସମ୍ପତି ଠାବ କରିଥିଲା । ଚଢାଉ ବେଳେ ବିଜୟ ମଙ୍ଗରାଜଙ୍କ କେରଳ ଏର୍ଣ୍ଣାକୁଲମ୍ରେ ୨ ମହଲା କୋଠା, ଭୁବନେଶ୍ଵରରେ ୨ଟି କୋଠା ଓ ୨ଟି ପ୍ଲଟ ଠାବ ହୋଇଛି। ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୫୦୦ ଗ୍ରାମର ସୁନା, ୨ଟି ଚାରି ଚକିଆ ଯାନ ଜବତ ହୋଇଛି।