ଦୁଇ ବର୍ଷ ରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା । ୨୦୨୨-୨୩ ଆର୍ଥିକ ବର୍ଷ ରେ ୧୮ କୋଟି ୮୩ ଲକ୍ଷ କ୍ଷତି ହୋଇଥିବା ବେଳେ ୨୦୨୩-୨୪ ରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି କରିଛି । ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା । ୨୦୨୩-୨୪ ରେ ୧୫୬ କୋଟି ୪୩ ଲକ୍ଷ ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୮୩ କୋଟି ୬ ଲକ୍ଷ ଟଙ୍କା । ପୂର୍ବ ବର୍ଷ ଅପେକ୍ଷା ଆୟ ବଢିଥିବା ବେଳେ ବ୍ୟୟ ବି ବଢ଼ିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା ।