(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ଇନ୍ଫୋସିଟି ନାବାଳିକା ଗଣ ଦୁଷ୍କର୍ମ ଘଟଣା , ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଯେଉଁଥି ପାଇଁ ,ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି, ରାଜ୍ୟ, ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଆସନ୍ତା ୧୮ ତାରିଖରେ ହେବ, ରାଜ୍ୟ ଶିଶୁ ଅଧିକାର ଆୟୋଗ ପକ୍ଷରୁ ଶୁଣାଣି । ଏନେଇ ଓଟିଭି ଏମଡି, ତଦନ୍ତ ଦାୟିତ୍ୱରେ ଥିବା ସଂସ୍ଥା, ଅଭିଯୋଗକାରିଣୀ ଓ ଏହି ମାମଲାରେ ତଦନ୍ତ କରୁଥିବା ଅଫିସରଙ୍କୁ, ନୋଟିସ ଜାରି କରାଯାଇଛି । ନୋଟସ ଜାରି ହୋଇଥତିବା ସମସ୍ତ ସଦସ୍ୟମାନଙ୍କୁ, ଆସନ୍ତ ୧୮ ତାରିଖ ଦିନ ୧୧ ଟା ବେଳେ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ପାଖରେ ହାଜର ହୋଇ , ନିଜ ନିଜ ମନ୍ତବ୍ୟ ରଖିବେ ବୋଲି ଶିଶୁ ସୁରକ୍ଷା ଅଧକ୍ଷା, ସଂଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି ।