ଓ ଟିଭିର ବେଆଇନ ଜମି ଅଧିଗ୍ରହଣକୁ ନେଇ ବର୍ଷିଲେ ସୁର ରାଉତରାଏ

0

ଭୁବନେଶ୍ୱର/ଅନୁଭବ ଦାସ: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଓ ଟିଭିର ବେଆଇନ ଜମି ଅଧିଗ୍ରହଣ ମାମଲା । ଦଳିତଙ୍କ ଜମିକୁ ଚଞ୍ଚକତା କରି ହାତେଇ ନେବା ପରେ ସେ ନେଇ ଅଭିଯୋଗ କରିବାରୁ ସେଠାକାର କର୍ମକର୍ତ୍ତା ମାନଙ୍କୁ ଚାକିରିରୁ ନିଲମ୍ପିତ କରାଯାଉଛି । ଏହି ସମ୍ପର୍କରେ ମତ ରଖିଛନ୍ତି ବିରୋଧୀ ଦଳ ନେତା ସୁର ରାଉତରାଏ ।
ଓ ଟିଭି କର୍ତ୍ତୃପକ୍ଷଙ୍କୁ କଡା ସମାଲୋଚନା କରି ଲୋକମାନଙ୍କ ଜମିକୁ ଯଥାଶୀଘ୍ର ଫେରାଇ ଦବା ପାଇଁ କହିଛନ୍ତି । ଏଥି ନେଇ ସେ ଓ ଟିଭର ମୂଖ୍ୟ ଜାଗି ମଙ୍ଗତ ପଣ୍ଡାଙ୍କୁ ଭେଟି ଆଲୋଚନା ମାଧ୍ୟମରେ ଲୋକମାନଙ୍କ ଜମିକୁ ଫେରାଇ ଆଣିବା ନେଇ ଆଶା ପ୍ରକଟ କରିଛନ୍ତି । ଏହି ଆଲୋଚନା ଫଳପ୍ରଦ ନ ହେଲେ ସେ ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।