ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ଆନୁକୂଲ୍ୟରେ ‘ଓୟୁଏଟି କୃଷକ ମେଳା – ୨୦୨୫’ ଆୟୋଜିତ ହୋଇଛି । ସମଗ୍ର କୃଷି ଓ ଚିରନ୍ତନ ଖାଦ୍ୟ ପ୍ରଣାଳୀ ଉପରେ ୨ ଦିନିଆ ମେଳା ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥ୍ ଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ ଯୋଗ ଦେଇ ଉଦଘାଟନୀ ସମାରୋହରେ ଅଭିଭାଷଣ ଦେଇଥିଲେ। କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ତତ୍ପରତା ତଥା ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟପନ୍ଥା ଉପରେ ସେ ଆଲୋକପାତ କରିଛନ୍ତି । ଚଳିତ ବଜେଟ ରେ କୃଷି କ୍ଷେତ୍ରକୁ ଗୁରୁତ୍ଵ ଏହାର ଉଦାହରଣ ଏହା ସହ ଓୟୁଏଟିକୁ ସ୍ବତନ୍ତ୍ର ଅନୁଦାନ ଫଳରେ ବିଶ୍ବବିଦ୍ୟାଳୟରେ ଅଧିକ ଉନ୍ନତି ଆଣିବା ସହ ଚାଷୀମାନଙ୍କ ପାଇଁ ନାନାଦି ଦୀର୍ଘମିଆଦୀ ଯୋଜନା ହାତକୁ ନିଅ ଯାଇ ପାରିବ ବୋଲି ସେ ମତ ରଖୁଛନ୍ତି ।
ପ୍ରତି ଗାଁ ଠୁ ଆରମ୍ଭ କରି ଜିଲ୍ଲାସ୍ତରରେ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ରୋଜଗାର କିପରି ଦ୍ବିଗୁଣିତ ହେବ ସେ ଦିଗରେ ଧ୍ୟାନ ଦେବାକୁ ମନ୍ତ୍ରୀ କହିଛନ୍ତି। ଧାନ ବ୍ୟତୀତ ଅନ୍ୟାନ୍ୟ ଶସ୍ୟ, ପନିପରିବା ଚାଷ ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତ । ବ୍ୟାବହାରିକ ଜ୍ଞାନ ଦ୍ବାରା ଚାଷୀ ପ୍ରକୃତ ଜ୍ଞାନ ହାସଲ କରିପାରିବେ । ଏହାସହ ଜୈବିକ ସାରର ବ୍ୟବହାର ଚାଷୀଙ୍କୁ ଗୁଣାତ୍ମକ ଫଳ ପ୍ରଦାନ କରିବା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ପରେ ମନ୍ତ୍ରୀ ଓୟୁଏଟି କୃଷକ ମେଳା ଉଦଘାଟନ କରିବା ସହ ବୁଲି ଦେଖୁଛନ୍ତି।
ଏହି ଅବସରରେ ଉଭିଦ କିସମ ଏବଂ କୃଷକ ଅଧିକାର ସଂରକ୍ଷଣ ପ୍ରାତ୍ଵିକରଣର ଅଧକ୍ଷ ଡ଼. ତ୍ରିଲୋଚନ ମହାପାତ୍ର ଯୋଗ ଦେଇ କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ଆଲୋଚନା କରିଥିଲେ । ଏହି ବିପ୍ଳବ ଆମକୁ ଶିକ୍ଷା ଦେଇଥିଲା କିପରି ଅଧିକ ଉତ୍ପାଦନକ୍ଷମ ହୋଇପାରିବ। ଏଣୁ ଆଜି ଆମ ରାଜ୍ୟ ବାହାର ରାଜ୍ୟ ତଥା ବିଦେଶକୁ ଖାଦ୍ୟ ରପ୍ତାନି କରିବାରେ ସକ୍ଷମ ହୋଇଛି କେବଳ ଆମ ଚାଷୀ ଭାଇ ଭଉଣୀଙ୍କ ଉଦ୍ୟମ ଓ ସହଯୋଗିତା ବଳରେ । ବର୍ତମାନ ସମୟରେ ଜଳବାୟୁ ପରିବର୍ତନର ମୁକାବିଲା, ଜଳ ସଂରକ୍ଷଣ ଚାଷୀଙ୍କ ପାଇଁ ବୃହତ ସମସ୍ୟା ହୋଇପଡିଛି। ବିଶ୍ବବିଦ୍ୟାଳୟସ୍ତରରେ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାକୁ କାର୍ଯ୍ୟ ଖସଡ଼ା ସ୍ଥିର କରିବାର ଆବଶ୍ୟକତା ରହିଛି. ଯୁବ ବର୍ଗଙ୍କୁ ଚାଷ ଦିଗରେ ମନ ବଳାଇବାକୁ ଚେଷ୍ଟା କରିବାକୁ ହେବ। ଏହା ସହ ଚାଷକୁ ଆକର୍ଷଣୀୟ କରିବା ଦିଗରେ ବିଶ୍ବବିଦ୍ୟାଳୟ ତତ୍ପର ହେବାକୁ ଶ୍ରୀ ମହାପାତ୍ର ଉପଦେଶ ଦେଇଛନ୍ତି।
ଓୟୁଏଟି କୃଷି, ଶିକ୍ଷା, ସମ୍ପ୍ରସାରଣ, ଗବେଷଣା ପ୍ରତିଟି ଦିଗରେ କାର୍ଯ୍ୟ କରୁଛି। ଆଗାମୀ ଦିନରେ ଏଠି ପାଇଁ ଅଧିକ ପାଣ୍ଠି ମଧ୍ୟ ସରକାର ଅନୁଦାନ କରୁଥିବା ମସୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି। କୃଷି ବିଜ୍ଞାନ କେନ୍ଦ୍ରରୁ ଚାଷୀ କିପରି ଅଧିକରୁ ଅଧିକ ଜ୍ଞାନ ଆହରଣ କରିପାରିବେ, ନୂତନ ଜ୍ଞାନ କୌଶଳ ଶିକ୍ଷା ଲାଭ କରିବେ ସେ ଦିଗରେ ବିଶ୍ବବିଦ୍ୟାଳୟ ଦୃଷ୍ଟି ଦେବା ସହ ଯୋଜନା ପ୍ରସ୍ତୁତ ପାଇଁ ମତ ରଖୁଛନ୍ତି।
ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କୃଷି କ୍ଷେତ୍ରରେ ବିଶ୍ବବିଦ୍ୟାଳୟର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହା ସହ ନାନାଦି ଆଗାମୀ ଯୋଜନା ଉପରେ ମତ ରଖୁଥିଲେ । କାର୍ଯ୍ୟକ୍ରମରେ ଓୟୁଏଟି ସହ ୨୮ଟି ଆଗ୍ରୀ-ଷ୍ଟାର୍ଟ ଅପ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ବିଶିଷ୍ଟ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ‘ଚାଷୀର ସଂସାର’ ପତ୍ରିକାକୁ ମଂଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ । ମେଳାରେ ବିଭିନ୍ନ ଜିଲ୍ଲାର କୃଷିଜାତ ଦ୍ରବ୍ୟ ପ୍ରଦର୍ଶିତ ହୋଇଛି । ଉଦଘାଟନୀ ସମାରୋହକୁ ଶିକ୍ଷା ସମ୍ପ୍ରସାରଣ ନିର୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନଜିତ ମିଶ୍ର ସ୍ବାଗତ ଭାଷଣ ଦେଇ ଆରମ୍ଭ କରିଥିବା ବେଳେ ବିଶ୍ବବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ପ୍ରଫେସର ହୃଷିକେଶ ପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଡ଼. ଚକ୍ରଧର ପାତ୍ର ସଂଯୋଜନା କରିଥିଲେ ।