ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ଫୋକସରେ ଆମ ହସ୍ପିଟାଲ ଯୋଜନା |ରୂପାନ୍ତରିତ ହେବ ରାଜ୍ୟର 147 ଟି ହସ୍ପିଟାଲ | ଏଥିପାଇଁ 750 କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଏଥି ସହିତ ଅଭାବ ଡାକ୍ତର ପଦବୀ ପୂରଣ ଲାଗି ପ୍ରକ୍ରିୟା ଜାରୀ ରହିଛି । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ସାଲିନି ପଣ୍ଡିତ ।ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରଣା, ଏବଂ ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆମ ହସ୍ପିଟାଲ ବିଷୟରେ ଆଲୋଚନା ହୋଇଛି । ଯେଉଁଥିରେ 5-‘ଟି’ ଢ଼ାଞ୍ଚାରେ ଡାକ୍ତରଖାନାର ରୁପାନ୍ତରଣକୁ ରୋଗୀ କୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସର୍ବୋତ୍ତମ ପ୍ରାମାଣିତ ମୋଡେଲ୍ଗୁଡ଼ିକୁ ସବୁ ଜିଲ୍ଲାର ଡାକ୍ତରଖାନାରୁ ରୂପାନ୍ତରଣରେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି ।ସ୍ୱାସ୍ଥ୍ୟ ସଚିବ ଶାଳିନ ପଣ୍ଡିତ କହିଛନ୍ତି ଯେ, ବିଗତ କିଛି ବର୍ଷ ଭିତରେ ରାଜ୍ୟରେ 7 ଟି ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଉ 4 ଟି ହସ୍ପିଟାଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି । କଳାହାଣ୍ଡି, ତାଳଚେର, ଯାଜପୁର, କନ୍ଧମାଳ ଏଥିରେ ସାମିଲ । ସେହିପରି ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ଼ରେ ସ୍ପେସଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ଯ୍ୟ 2023 ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଝାରସୁଗୁଡାରେ ସ୍ଵତନ୍ତ୍ର କ୍ୟାନ୍ସର ଓ ହୃଦ ରୋଗ ହସ୍ପିଟାଲ ପିପିପି ମୋଡ଼ରେ ଆରମ୍ଭ କରାଯିବ ।
ରାଜ୍ୟରେ ଖାଲି ପଡିଥିବା ଡାକ୍ତରୀ ପଦବୀକୁ ପୂରଣ ନେଇ ପଦକ୍ଷେପ ନିଆଯାଉଥିବା ସଚିବ ସୂଚନା ଦେଇଛନ୍ତି । 3 ହଜାର ଡାକ୍ତର ପଦବୀ ପାଇଁ OPSC ଅଧୀନରେ ଚୟନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ । ଏହା ପରେ ଆଉ 5 ହଜାର ପଦବୀ ପାଇଁ OPSC ଅଧୀନରେ ଚୟନ କରାଯାଇ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଛି । ସେହିପରି BSKY କୁ ସମ୍ପ୍ରସାରଣ କରାଯାଉଛି । ରାଜ୍ୟ ବାହାରେ 5 ଶହ ହସ୍ପିଟାଲକୁ BSKY ରେ ସାମିଲ କରାଯାଇଛି । ପ୍ରତ୍ୟେକ ଦିନ ନୂଆ ନୂଆ ହସ୍ପିଟାଲକୁ ସାମିଲ କରିବାକୁ କାର୍ଯ୍ୟ ଜାରି ରହିଛି । BSKY ରେ ଏବେ ଯାଏ ରାଜ୍ୟରେ 96.5 ଲକ୍ଷ ପରିବାର 97 ଲକ୍ଷ ଲୋକ ଉପକୃତ ହେଉଛନ୍ତି | 2020/21 ବର୍ଷ ନିରନ୍ତର ବିକାଶ ଲକ୍ଷ୍ୟ ଇଣ୍ଡିଆ ଇଣ୍ଡେକ୍ସ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସୁସ୍ଥତା ସମ୍ବନ୍ଧିତ ଏସ୍ଡି୍ଜି-3 କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ପାହ୍ୟାକୁ ଉନ୍ନିତି ହୋଇଛି । ମ୍ୟାଲେରିଆ ନିରାକରଣରେ ଓଡ଼ିଶା ମଡେଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବିଶ୍ୱସ୍ତରୀୟ ମୋଡେଲ ଭାବେ ସ୍ୱୀକୃତି ଦେଇଛନ୍ତି । 2021 ମସିହା ଆକଳନ ଅନୁଯାୟୀ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ 2ୟ ସ୍ଥାନ ଅଧିକାର କରିଛି ।
ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସର୍ବାଧିକ 39 ପଏଣ୍ଟ ହ୍ରାସ ହାସଲ କରି ଉଦାହରଣ ସୃଷ୍ଟି କରିଛି । ପୁର୍ଣ୍ଣ ଟିକାକରଣ କ୍ଷେତ୍ରରେ 90.5 ପ୍ରତିଶତ ସାଫଲ୍ୟ ହାସଲ ସହ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ସମଗ୍ର ଦେଶରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଗାଣ ଦିଗରେ ଓଡ଼ିଶା ପ୍ରଥମ ରାଜ୍ୟ । ଏହି ବ୍ୟବସ୍ଥାରେ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ବରିଷ୍ଠ ବିଶେଷଜ୍ଞମାନେ ପହଞ୍ଚି ପୀଡିତ ଲୋକମାନଙ୍କୁ ସୁପର ସ୍ପେସାଲିଷ୍ଟ୍ ଚିକିତ୍ସା ଓ ଯତ୍ନ ଯୋଗାଉଛନ୍ତି । କ୍ୟାନସର ପ୍ରତିହତ ନିମନ୍ତେ ରାଜ୍ୟ ରାଜଧାନୀରେ 750 ଶଯ୍ୟା ବିଶିଷ୍ଟ ବାଗଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯାଉଛି । ଏଥିରେ କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ । ରାଜ୍ୟ ସରକାର, ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଏବଂ ଟାଟା ମେମୋରିଆଲ କେନ୍ଦ୍ରଙ୍କ ମିଳିତ ସହଯୋଗିତାରେ ଭୁବନେଶ୍ୱର ନାଇଜରରେ 250 ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରିବେ । ରାଜ୍ୟ ସରକାର ମଧ୍ୟ ଝାରସୁଗୁଡାରେ ସ୍ୱତନ୍ତ୍ର କ୍ୟାନସର ଏବଂ ହୃଦରୋଗ ଚିକିତ୍ସା ହସ୍ପିଟାଲ ପିପିପି ମୋଡରେ ଆରମ୍ଭ ହେବ ।