ଭୁବନେଶ୍ବର : ଓଡିଶରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିିଂ ସଂସ୍ଥା ଦ୍ୱାରା ନିୟୋଜିତ ହେଉଥିବା କର୍ମଚାରୀଙ୍କ ଭଲ ପାଇଁ ରାଜ୍ୟସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେଥିଲାଗି ଆଉଟସୋର୍ସିଂ ସଂସ୍ଥାକୁ ‘ମୋ-ସରକାର’ ଅଧୀନକୁ ନିଆଯାଇଛି । ସଂସ୍ଥା ଗୁଡିକ ବିରୋଧରେ ୭ଦିନ ପରେ ଦରମା ଦେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । କେବଳ ସେତିକି ନୁହେଁ ଇପିଏଫ ଓ ଇଏସଆଇ ଜମା ନକରିଲେ ମଧ୍ୟ ଜରିମାନା ଦେବେ ଆଉଟସୋର୍ସିଂ ସଂସ୍ଥା । ସର୍ଭିସ ପ୍ରୋଭାଇଡର ସଂସ୍ଥାକୁ ‘ମୋ-ସରକାର’ ଅଧୀନକୁ ଅଣା ଯାଇଥିବା ବେଳେ ଯେଉଁ ସଂସ୍ଥା ଠିକଣା ଭାବେ କର୍ମଚାରୀଙ୍କୁ ପ୍ରାପ୍ୟ ଦେବେ ସେମାନଙ୍କୁ ପୁରସ୍କୃତ କରାଯିବ। ଏହାସହିତ ଯେଉଁ ସଂସ୍ଥା ବିଳମ୍ବରେ ପ୍ରାପ୍ୟ ଦେବେ ଆବଶ୍ୟକସ୍ଥଳେ ସଂପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବା ସହିତ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେନ୍ଦ୍ର କୁମାର ସବୁ ବିଭାଗକୁ ଏକ ନିର୍ଦେଶନାମା ଜାରି କରିଛନ୍ତି।