ଏଚଏସଆରପିର ଉଲଙ୍ଘନ ପାଇଁ ୨୬୦୦ ରୁ ଅଧିକ ଗାଡି ମାଲିକଙ୍କୁ ଜୋରିମାନା

0

କଟକ: ରାଜ୍ୟ ପରିବହନ ପ୍ରାଧିକରଣ , ଓଡ଼ିଶା ଗତ ୧୧ ଦିନ ମଧ୍ୟରେ ୨୬୭୪ ଟି ଯାନ ବିରୁଦ୍ଧରେ ଚାଲାଣ ଜାରିକରିଛି । ଯେଉଁଥିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଏବଂ କଲର କୋଡ ଷ୍ଟିକର ଲଗାଯାଇ ନାହିଁ । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦଶ ଅନୁଯାୟୀ, କେନ୍ଦ୍ର ସରକାର ସିଏମଭିଆରନିୟମ 50 ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଦେଶର ସଂଶୋଧନ କରିଛନ୍ତି।  ରାଜ୍ୟ ପରିବହନ ଜୁନ ୬ ପୂର୍ବରୁ ସମସ୍ତ ଶ୍ରେଣୀ ପୁରୁଣା ଯାନ ପାଇଁ ଏଚଏସଆରପି ବାଧ୍ୟତାମୂଳକ କରିଛନ୍ତି, ଯାହା ଏପ୍ରିଲ ୧ ପୂର୍ବରୁ ପଞ୍ଜିକୃତ ହୋଇଥିଲା । ବିଭିନ୍ନ ସିରିଜର ଯାନ ପାଇଁ ଦିଆଯାଇଥିବା ଶେଷ ତାରିଖ ଅନୂଯାୟୀ ଚାଲାଣଗୁଡିକ ଜାରି କରାଯାଇଛି । ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନଗୁଡିକ ଯାହାକି ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଏବଂ ୧, ୨, ୩, ୪, ୫ ଏବଂ ଓ ରେଜିଷ୍ଟ୍ରେସନ୍ ନମ୍ବର ବିହିତ କରୁଥିବା ପୁରୁଣା ସ୍ଥାନଗୁଡିକରେ ଏଚଏସଆରପି ସଂଲଗ୍ନ କରିବାର ସମୟସୀମା ୩୧ ଡିସେମ୍ବର ୨୦୨୨ରେ ଶେଷ ହୋଇଥିଲା ।  ୭ ଏବଂ ୫ ସହିତ ସମାପ୍ତ ହେଉଥିବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୩୧. ଡିସେମ୍ବର ୨୦୨୩ ରେ ଶେଷ ହୋଇଛି । ଏବଂ ୨ ଏବଂ ୦ ସହିତ ଶେଷ ହେଉଥିବା ସ୍ଥାନଗୁଡିକ ପାଇଁ, ଏଚଏସଆରପି । ସଂଲଗ୍ନ କରିବାର ଶେଷ ତାରିଖ ହେଉଛି ୨୮ ଫେବୃଆରୀ ୨୩ । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗର ଅଧିକାରୀ ମାନେ ଜାନୁଆରୀରେ ମଟର ଯାନ ନିୟମ ଉଲଙ୍ଘନ କରିଥବବା ଗାଡି ଚାଳକଙ୍କ ବିରୋୟଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ରାଜ୍ୟ ପରିବହନ ବିଭାଗର ଅଧିକାରୀମାନେ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରୁଛନ୍ତି । ଏକ ପ୍ରେସ ନୋଟରେ ଆଡିସନାଲ କମିନର୍ ଟ୍ରାନ୍ ସପୋଟଟେୀ ଲାଲମୋହନ ଶସୀ , ସୂଚନା ଦେଇଛନ୍ତି । ୧୩ ଫ୍ରେବୃୟାରୀ ୨୩ ସୁଦ୍ଧା ମୋଟ ୩୮,୪୯,୪୯୮ ଗାଡିମାଲିକ ସଟେ ବୁକ୍ କରିଛନ୍ତି । ସେଥିମଧ୍ୟରୁ ୩୧,୬୫,୮୫୦ ଗାଡିରେ ଏଚଏସଆରପି ଲଗାଯାଇଛି ।ଏମଭିର ଧାରା ୧୯୨ ଅଧୀନରେ ଆକ୍ଟ, ୧୯୮୮ ଅନୁଯାୟୀ ଯଦିନିଦ୍ଧଟାରିତ ତାରିଖ ମଧ୍ୟଶର ଗାଡିଶର ଏଚଏସଆରପି ସହିତ ସଂଲଗ୍ନ ନହୁଏ, ତେବେ ଅପରାଧୀ ଗାଡିମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫୦୦୦ କିମ୍ବା ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ।“ଏ ପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣଗୁଡିକ ମଧ୍ୟରେ ଅଧିକାଂସ ଯାନ ଦୁଇ ଚକିଆ ଯାନ ଅଶଟ ଜ୍ଝ୫୦୦୦ ଟଙ୍କା ଶ୍ରୀ ସେଠୀ କହିଛନ୍ତି। ବିଳମ୍ବ ନକରି ସେମାନଙ୍କ ଗାଡିରେ ଏଚଏସଆରପି ସଂଲଗ୍ନ କରିବାକୁଯାନ ମାଲିକମାନଙ୍କୁ ଅନୁରୋଧ କରି ସେଠୀ କହିଛନ୍ତି, “ଯେଉଁ ଗାଡି ମାଲିକ ମାନେ ଇଣ୍ଟରନେଟର ବ୍ୟବହାର କରନ୍ତିନାହିଁ କିମ୍ବା ଟେଶକ୍ନାଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ ସେମାନେ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆରଟିଓରେ ଥିବା ଏଚଏସଆରପି ସୁବିଧା କେନ୍ଦ୍ର ମାଧ୍ୟମରେ ଏଚଏସଆରପି ପାଇଁ ଆବେଦନ କରିପାରିବେ। ଓଇଏମ ସେମାନଙ୍କର ପ୍ରାଧିକୃତ ବିଶେତାଙ୍କ ମାଧ୍ୟମରେ ୮୮ ଟିସ୍ଥାନରେ ଏବଂ ରାଜୟର ଅନ୍ୟାନ୍ୟ ସ୍ଥାନରେ କ୍ୟାମ୍ପ ଫିଟନେଓ ସେଣ୍ଟର ଅସ୍ଥାୟୀ ଟିଟମେଣ୍ଟ ସେଣ୍ଟର ଖୋଲିଛନ୍ତି ଯେଉଁଥିରେ ଗୁରୁ ତ୍ୱପୂର୍ଣ୍ଣ ସରକାରୀ ବେସରକାରୀ ପ୍ରତିଷ୍ଠାନ ଏହି ସ୍ଥାନଗୁଡିକରେ ଏଚଏସଆରପି ଫିିଟମେଣ୍ଟମଧ୍ୟ ଆରମ୍ଭ କରିଛି ।

ଏହା ଏହା ବ୍ୟତୀତ କେତେକ ଆରଟିଓ ଏହି କାର୍ଯ୍ୟାଳୟର ଟିମେଣ୍ଟ ସୁବିଧା ମଧ୍ୟ କିଛି ଓଏମଇ ଦ୍ୱାରା ପ୍ରଦାନ କରାଯାଉଛି । ୧ଏପ୍ରିଲ ୨୦୧୯ ପୂର୍ବରୁ ପଞ୍ଜିକୃତ ହେଉଥିବା ପୁରୁଣା ତଥା ସ୍ଥାନୀୟ ଉତ୍ପାଦିତ ଟ୍ରେଲର ଏବଂ ଯାନ ସହିତ ଏଚଏସଆରପି ର ଫିଟମେଣ୍ଟ ଯାହାର ଉôଫଦକ ମାନେ ସେମାନଙ୍କ ବ୍ୟବଶାୟ ବନ୍ଦ କରିଦେଇଛନ୍ତି । ସେହିସ୍ଥାନରୁ ଗାଡି କିଣାଯାଇଥିବା ଆରଟିଓ କରାଯାଇପାରିବ । ଏହି ସୁବିଧା ଆରଟିଓ କର୍ଯ୍ୟାଳୟରେ କେବଳ ବାହାନ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ୧ଏପ୍ରିଲ ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ସ୍ଥାନୀୟ ଟ୍ରେଲର ଏବଂ ଯାନ ଗୁଡିକର ସଂମ୍ପୃକ୍ତ ମାଲିକ ଯାହାର ଉତ୍ପାଦକ ମାନେ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଛନ୍ତି । ସେମାନେ ଆରଓିଓ କାର୍ଯ୍ୟାଳୟର ଏଚଏସଆପି ବୁକିଂ ପାଇଁ ଆରସି ବୁକ୍ ପ୍ରସ୍ତୁତ କରିପାରିବେ ଓ ଆମେ ଆଶା କରୁଛୁ ଏହିସବୁ ପଦକ୍ଷେପ ନିଶ୍ଚିତ ଭାବରେ ଜନସାଧାରଣଙ୍କ ସହାୟକ ହେବ । ଏଚଏସଆପି ନମ୍ବର ପ୍ଲେଟ ବଦଳେଇବା ସମୟରେ କିମ୍ବା ଅନ୍ୟ କୌଶସି କାରଣ ବ୍ୟତିତଃ ଏଥିରେ କିଛି ତାହେଲେ ଯାନବାହାନ ମାଲିକ ଏହାର ରିପ୍ଲେସମେଣ୍ଟ ପାଇଁ ବୁକିଂ କରିପାରିବେ । ସମସ୍ତ ଅଟୋ ମୋବାଲଲ ନିର୍ମାତା ଏବଂ ଓଇଏମର ପ୍ରାଧିକୃତ ବିକ୍ରେତା ମାନଙ୍କୁ ଏ ବିଷୟରେ ଷ୍ଟାଣ୍ଡାର୍ଟ ଅପରେଟିଂ ପ୍ରଣାଳୀ ପ୍ରଦାନ କରିଛନ୍ତି ।