ଟ୍ରେନ୍‌ ଲାଇନରେ ୫୦୦ ପରିବାର

ଜନ ଜୀବନକୁ ନଷ୍ଟ କରିଦେଇଛି ଫଳରେ ବନ୍ୟାପ୍ରପୀଡ଼ିତଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି

0

(ଆସାମ) : ଆସାମରେ ପ୍ରଳୟଙ୍କରୀ ବନ୍ୟା । ଜନ ଜୀବନକୁ ନଷ୍ଟ କରିଦେଇଛି ଫଳରେ ବନ୍ୟାପ୍ରପୀଡ଼ିତଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏବେ ଅନେକ ଅଞ୍ଚଳ ଜଳମଗ୍ନ ଥିବାରୁ ଲୋକେ ଟ୍ରେନ୍‌ ଲାଇନରେ ଆଶ୍ରୟ ନେଇଛନ୍ତି। କ୍ଷତିଗ୍ରସ୍ତ ପ୍ରାୟ ୫୦୦ ପରିବାର ପାଇଁ ଟ୍ରେନ୍‌ ଲାଇନ୍‌ ସାହାରା ପାଲଟିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ବନ୍ୟାରେ ଘରଦ୍ୱାର ଭାଙ୍ଗିଯିବା ପରେ ଅତି ଶୋଚନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ। ଭୟଙ୍କର ବନ୍ୟା ଆସି ସବୁକିଛି ଭସେଇନେବା ପରେ ଅସ୍ଥାୟୀ ହୋଇପଡିଛନ୍ତି ଲୋକେ । କିଏ ଗଛ ତଳେ ପାଲ ଟାଣି ଆଶ୍ରୟ ନେଇଥିବା ବେଳେ ଆଉ କିଏ ସୁରକ୍ଷିତ ଜାଗାଟିଏ ଖୋଜୁଛି।

ସୂଚନାନୁଯାୟୀ ଆସାମର ୨୯ଟି ଜିଲ୍ଲାର ୨୫୮୫ ଗ୍ରାମର ୮ ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେବ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ଅନୁଯାୟୀ, ବର୍ଷା ଯୋଗୁଁ ଭୂସ୍ଖଳନ ହେବା ପରେ ପାହାଡ଼ିଆ ଜିଲ୍ଲା ଦିମା ହସାଓକୁ ଯାତାୟତ ବିଚ୍ଛିନ୍ନ ହୋଇଛି।