ବିହାର: କାଳ ହେଲା ଝଡତୋଫାନ । ଓଲଟିଲା ଯାତ୍ରୀବାହୀ ଡଙ୍ଗା । ଆଉ ବୁଡିଗଲେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ । ଏମିତି ଅଘଟଣର ଚିତ୍ର ସାମ୍ନାକୁ ଆସିଛି ବିହାରର ଦରଭଙ୍ଗାରୁ । ବିହାର ଦରଭଙ୍ଗା ଜିଲ୍ଲାର କୁଶେଶ୍ୱରସ୍ଥାନ ପୂର୍ବ ପ୍ରଖଣ୍ଡ ଶହାପୁର ଅଞ୍ଚଳରେ ବୁଧବାର ଘଟିଛି ଏପରି ଅଘଟଣ । ଝାଝରା ଗାଁରେ ଥିବା ମାର୍କେଟରୁ କିଣାକିଣି କରିବା ପାଇଁ ୧୦ ଜଣ ଲୋକ ଡଙ୍ଗାରେ ବସି ନଦୀ ପାର ହେଉଥିଲେ । ସେହି ସମୟରେ ଝଡ ତୋଫାନ ହେବା କାରଣରୁ କମଲା ନଦୀରେ ଡଙ୍ଗାଟି ଅନିୟନ୍ତ୍ରିତ ହୋଇ ଓଲଟି ଯାଇଥିଲା ।ଫଳରେ ଡଙ୍ଗାରେ ଥିବା ଯାତ୍ରୀ ବୁଡି ଯାଇଥିଲେ । ୫ ଜଣ ବୁଡି ପ୍ରାଣ ହରାଇଥିବା ବେଳେ ଆଉ ୫ ଜଣ ଲୋକ ପହଁରି କୂଳରେ ପହଞ୍ଚି ଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ୩ ଜଣ ପିଲା ରହିଥିବା ଜାଣିବାକୁ ମିଳିଥିଲା। ପରେ ଘଟଣା ସ୍ଥଳରେ କୁଶେଶ୍ୱରସ୍ଥାନର ବିକାଶ ପଦଧିକାରୀ, ଅଞ୍ଚଳ ଅଧିକାରୀଙ୍କ ସମେତ ଏସଡିଓ ପହଞ୍ଚି ପୀଡିତଙ୍କ ପରିବାର ଲୋକଙ୍କ ସହିତ କଥା ହୋଇ ସେମାନଙ୍କୁ ଆଶ୍ୱସନା ଦେଇଥିଲେ ।
ଏହି ଘଟଣାରେ ଯେଉଁମାନେ ମୃତ୍ୟୁ ବରଣ କରିଥିଲେ ସେମାନେ ହେଉଛନ୍ତି ୫୫ ବର୍ଷିୟ ଜଗର୍ତ୍ତନୀ ଦେବୀ, ୧୩ ବର୍ଷିୟ ସୋନାଲି କୁମାରୀ, ୧୨ ବର୍ଷିୟ କଲପାନା କୁମାରୀ, ୬୦ ବର୍ଷିୟ ପୁଲପାରୀ ଦେବୀ ଏବଂ ୧୧ବର୍ଷିୟ ସୋନିଆ କୁମାରୀ । ତେବେ ଏହି ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।