ଅକ୍ସିଜେନ ସିଲିଣ୍ଡର ବିସ୍ପୋରଣ, ୨ ମୃତ

0

ଲକ୍ଷ୍ନୌ : ଅକ୍ସିଜେନ ସିଲିଣ୍ଡର ବିସ୍ପୋରଣ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଚନ୍ଦାଉଲି ଜିଲ୍ଲାର ଏକ ଘରୋଇ ଡାକ୍ତରଖାନା ବାହାରେ । ଗଣମାଧ୍ୟମ ରିପୋର୍ଟ ଅନୂଯାୟୀ ଡାକ୍ତରଖାନା ବାହାରେ ପାର୍କିଂ ହୋଇଥିବା ଏକ ଟ୍ରକରୁ ଅକ୍ସିଜେନ ସିଲିଣ୍ଡର ଅନଲୋଡ୍ କରାଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ସିଲିଣ୍ଡର ଅନଲୋଡ୍ କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅକ୍ସିଜେନ୍ ସିଲିଣ୍ଡର ଅନଲୋଡ୍ କରୁଥିବା ବ୍ୟକ୍ତିଙ୍କୁ ଟ୍ରାକ୍ଟର ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏହି ବିସ୍ଫୋରଣ ଯୋଗୁଁ ଆଖପାଖ ଘରର କାଚ ଘରକା ସବୁ ଭାଙ୍ଗି ଯାଇଥିଲା। ଏହି ଘଟଣା ଉପରେ ଏବେ ଅଧିକ ତଦନ୍ତ ଚାଲିଛି ।