ମହଙ୍ଗା ପଡିଲା ଟାଇଟନିକ ଦେଖିବାର ନିଶା, ୫ଦିନ ପରେ ମିଳୁନି ପତ୍ତା

0

ଲଣ୍ଡନ: ମାହାଙ୍ଗା ପଡିଲା ଟାଇଟନ ଦେଖିବାର ନିଶା । ଟାଇଟନିକ ଭଗ୍ନାବଶେଷ ପାଖରେ ନିଖୋଜ ହୋଇଯାଇଛି ଆଉ ଏକ ବୁଡାଜାହାଜ । ୫ ଦିନ ପରେ ବି ଏହାର କୌଣସି ସନ୍ଧାନ ମିଳିନି । ସାରା ବିଶ୍ୱର ରେସକ୍ୟୁ ଟିମ ଲାଗିପଡିଛନ୍ତି । ଏପଟେ ବୁଡାଜାହାଜରୁ ଅମ୍ଳଜାନ ସାରିବାକୁ ଲାଗିଲାଣି । ହାତରେ ରହିଛି ମାତ୍ର ୧୦ ଘଣ୍ଟା ସମୟ । ୧୦ ଘଣ୍ଟା ପରେ ଶେଷ ହେଇଯିବା ଅମ୍ଳଜାନ । ତେଣୁ ସେଥିରେ ଥିବା ୫ ଜଣଙ୍କ ଜୀବନକୁ ନେଇ ବିପଦ ଦେଖା ଦେଇଛି।ରବିବାର ଦିନ ଏହି ବୁଡାଜାହାଜ ଟାଇଟନିକ ଭଗ୍ନାବଶେଷ ଆଡକୁ ଯାଉଥିବାବେଳେ ନିଖୋଜ ହୋଇ ଯାଇଥିଲା । ଆମେରିକା ଓ କାନାଡା ସେନା ବିମାନ, ଫ୍ରାନ୍ସର ଜାହାଜ ଏବଂ ଟେଲି ଗାଇଡେଡ ରିବୋର୍ଟ ଆଦି ସଂସ୍ଥା ପକ୍ଷରୁ ପନଡୁବି ସନ୍ଧାନ ପାଇଁ ଲାଗି ପଡିଛନ୍ତି ।

ଆମେରିକା ତଟରକ୍ଷୀଙ୍କ କହିବା ଅନୁଯାୟୀ, ଏହି ବୁଡାଜାହାଜରେ ଥିବା ଲୋକଙ୍କ ପାଇଁ ଅମ୍ଳଜାନ ସରି ସରି ଆସୁଛି । ସେଥିପାଇଁ ଉଦ୍ଧାରକାରୀ ଟିମ ଦିନରାତି ଲାଗି ପଡିଛନ୍ତି । ଏହି ବିପଦକାଳୀନ ସ୍ଥିତିରେ ୯୬ ଘଣ୍ଟା ପାଇଁ ଅମ୍ଳଜାନ ସୁରକ୍ଷିତ ରହିବା ପରି ବ୍ୟବସ୍ଥା ରହିଛି ।
ଆମେରିକା ତଟରକ୍ଷୀଙ୍କ କହିବା ଅନୁଯାୟୀ, ଏହି ବୁଡାଜାହାଜରେ ଥିବା ଲୋକଙ୍କ ପାଇଁ ଅମ୍ଳଜାନ ସରି ସରି ଆସୁଛି । ସେଥିପାଇଁ ଉଦ୍ଧାରକାରୀ ଟିମ ଦିନରାତି ଲାଗି ପଡିଛନ୍ତି । ଏହି ପନଡୁବିରେ ବିପଦକାଳୀନ ସ୍ଥିତିରେ ୯୬ ଘଣ୍ଟା ପାଇଁ ଅମ୍ଳଜାନ ସୁରକ୍ଷିତ ରହିବା ପରି ବ୍ୟବସ୍ଥା ରହିଛି ।

ଖବର ଅନୁଯାୟୀ, ଟାଇଟନିକ ଦେଖିବାକୁ ଆମେରିକୀୟ କମ୍ପାନୀ ଓସିଆନ ଗେଟର ସ୍ବତନ୍ତ୍ର ମିଶନରେ ତ୍ରୁଟି ଥିବାରୁ ଏକ ବଡ଼ ଅଘଟଣର ଶିକାର ହୋଇଛି । ରେସ୍କ୍ୟୁ ଅପରେସନରେ ଆମେରିକା ଓ କାନାଡାର କୋଷ୍ଟଗାର୍ଡ ଟିମ୍ ସାମିଲ ଅଛନ୍ତି । ୫ ପଯ୍ୟଟକଙ୍କ ନେଇ ୧୩ ହଜାର ଫୁଟ ସମୁଦ୍ର ତଳେ ଦବି ରହିଥିବା ଟାଇଟାନିକର ଭଗ୍ନାଂଶ ଦେଖିବାକୁ ସ୍ପେଶାଲ ଟୁରର ଆୟୋଜନ କରିଥିଲା ଆମେରିକୀୟ କମ୍ପାନୀ ଓସିଆନ ଗେଟ । ବିଶ୍ବର ନାମୀ ଆରବପତି ଏହି ମିଶନରେ ସାମିଲ ହୋଇଥିଲେ । ୨କୋଟି ଲେଖାଏଁ ଟଙ୍କା ଟୁର ପାଇଁ ପ୍ରତ୍ୟେକ ଯାତ୍ରୀଙ୍କ ଠାରୁ ନେଇଛି କମ୍ପାନୀ । ଜୁନ ୧୮ ତାରିଖରେ ବୁଡାଜାହାଜ ଯାତ୍ରା ଆରମ୍ଭ କରିଥିବା ବେଳେ ଦେଢ଼ ଘଣ୍ଟା ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା ।

ସୋନାର ଟେକ୍ନୋଲୋଜୀ ଜରିଆରେ ଟାଇଟାନିକ ପାର୍ଶ୍ବରେ କିଛି ଶବ୍ଦ ହେଉଥିବା ଡିଭାଇସ୍ ଡିଟେକ୍ଟ କରିଥିଲେ ବି ସନ୍ଧାନ ମିଳିପାରିନାହିଁ । ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ଆମେରିକା କୋଷ୍ଟଗାର୍ଡ, କାନାଡାର ସାମରିକ ବିମାନ, ଫ୍ରାନ୍ସର ଜାହାଜ । ଟେଲିଗାଇଡେଡ ରୋବଟ ବି ନିୟୋଜିତ ହୋଇଛି । ସବମେରିନରେ ରହିଥିବା ଯାତ୍ରୀଙ୍କ ମଧ୍ୟରେ ରହିଛନ୍ତି ବ୍ରିଟିଶ ଅର୍ବୁଦପତି ହାମିଶ ହାର୍ଡିଂ, ପାକିସ୍ତାନୀ କୋଟିପତି ସାହାଜାଦ ଦାଉଦ ଓ ନାବାଳକ ପୁଅ ସୁଲେମାନ, ଫ୍ରେଞ୍ଚ ଏକ୍ସପ୍ଲୋରର ପଲ୍ ହେନେରୀ ନାର୍ଗେଲୋଟ ।