ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ମୁଖପତ୍ର,”ପବିତ୍ର ଲିପି” ର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷାନୁଷ୍ଠାନ ଆଲୁମିନ ର ସଭାପତି ସୁକାନ୍ତ କୁମାର ପ୍ରଧାନ, ଉପସଭାପତି ସୁଧାକର ପ୍ରଧାନ, ପୁରାତନ ଛାତ୍ର ସୌଭାଗ୍ୟ କୁମାର ପ୍ରଧାନ, ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦାଶରଥି ଜେନା ଓ ବିଦ୍ୟାଳୟ ର ଶିକ୍ଷକ/ଶିକ୍ଷୟତ୍ରୀ/ କର୍ମଚାରୀ/ଛାତ୍ର ଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।