କାକଟପୁର ନିର୍ବାଚନ ମଣ୍ଡଳିର ପଞ୍ଚାୟତ ସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ

0

(ଜୟନ୍ତ କୁମାର ସେଠୀ/କାକଟପୁର): ଆଗକୁ ହେବାକୁ ଥିବାପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ କଂଗ୍ରେସ ତାର ପଞ୍ଚାୟତ ସ୍ତରୀୟ ରଣନିତୀ ଆରମ୍ଭ କରିଦେଇଛି । କାକଟପୁର ବ୍ଲକରେ ଜଳଶ୍ବରପଡା ଗ୍ରାମ ପଞ୍ଚାୟତର ଷଷ୍ଠତମ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବସମ୍ନତି କ୍ରମେ ଜଳେଶ୍ବରପଡା ଗ୍ରାମ ପଞ୍ଚାୟତର ନୂତନ କଂଗ୍ରେସ ସଭାପତି ଭାବରେ ପ୍ରଫୁଲ୍ଲ କୁମାର ବିଶ୍ବାଳଙ୍କୁ ଚୟନ କରାଯାଇଥିବା କହିଛନ୍ତି କାକଟପୁର ବ୍ଲକର ପୂର୍ବତନ ଅଧକ୍ଷ ବିପିନ ବିହାରୀ ମହାନ୍ତି । ସେପଟେ କାକଟପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ କୁଶାସନ ବନ୍ଦ କରିବା ସହ ଅନେକ ଦୁର୍ନୀତିକୁ ଘଣ୍ଟ ଘୋଡାଇଥିବା ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି କହିଛନ୍ତି କାକଟପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱଭୁଷଣ ଦାସ । କାକଟପୁର ବ୍ଲକ ଆସନ୍ତା ସାଧାରଣ ନିର୍ବାଚନ ରେ କଂଗ୍ରେସ ଦଳ ହାତ ମୁଠାକୁ ଆସିବା ସହିତ ୧୬ଟି ପଞ୍ଚାୟତ ଭିତରୁ ୧୪ ୧୫ ଟି ପଞ୍ଚାୟତରେ କଂଗ୍ରେସ ଜିତିବା ସୁନିଶ୍ଚିତ କାକଟପୁର ବ୍ଲକ କଂଗ୍ରେସ ର ସଭାପତି ରାଜକିଶୋର ସାହୁ କହିଛନ୍ତି । ଏହି କାର୍ୟ୍ୟକ୍ରମରେ କାକଟପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ବିଶ୍ବ ଭୂଷଣ ଦାସ, କାକଟପୁର ବ୍ଲକ ର ପୂର୍ବତନ ଅଧକ୍ଷ ବିପିନ ବିହାରୀ ମହାନ୍ତି ,କାକଟପୁର ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସାହୁ ଉପସ୍ଥିତ ଥିବା ବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସୋସିଆଲ ମିଡିଆ ସେଲ୍ ର ସମ୍ପାଦକ ଶ୍ରୀ ସୁବାଷ ନାୟକ କାର୍ୟ୍ୟ କ୍ରମକୁ ପରିଚାଳନା କରିଥିଲେ ।