ପଦ୍ମପୁର ଉପନିର୍ବାଚନ: ଆସିଲା ଦଶମ ରାଉଣ୍ଡ ଫଳାଫଳ

ଦଶମ ରାଉଣ୍ଡରେ ବିଜେଡି ଆଗୁଆ

0

ପଦ୍ମପୁର : ଚାଲିଛି ପଦ୍ମପୁର ଭୋଟ ଗଣତି । ଦଶମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୫ ହଜାର୫ ଶହ ୮୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩ ହଜାର ୬ଶହ ୫ ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୧୯୬ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧,୯୮୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
ତେବେ ସମୁଦାୟରେ ବିଜେଡି ୫୪ ହଜାର ୧ଶହ ୭୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୩୪ ହଜାର ୭୪୮ ଖଣ୍ଡ ଭୋଟ ପାଇଛି । ଏବଂ କଂଗ୍ରେସ ୧ ହଜାର ୯୯୨ ଖଣ୍ଡ ଭୋଟ ପାଇଛି । ତେବେ ସମୁଦାୟରେ ଦଶମ ରାଉଣ୍ଡ ରେ ୧୯ ହଜାର ୪୨୫ଭୋଟ ରେ ବିଜେଡି ଆଗୁଆ ରହିଛ ।