ପଦ୍ମପୁର ଉପନିର୍ବାଚନ: ଆସିଲା ଏକାଦଶ ରାଉଣ୍ଡ ଫଳାଫଳ

ଏକାଦଶ ରାଉଣ୍ଡରେ ବିଜେଡି ଆଗୁଆ

0

ପଦ୍ମପୁର:ଚାଲିଛି ପଦ୍ମପୁର ଭୋଟ ଗଣତି । ଏକାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୫ ହଜାର୨ ଶହ ୪୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩ ହଜାର ୩ଶହ ୧୭ ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୯୩ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏକାଦଶ ରାଉଣ୍ଡରେ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧,୯୨୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
ତେବେ ସମୁଦାୟରେ ବିଜେଡି ୫୯ ହଜାର ୪ଶହ ୧୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୩୮ ହଜାର ୦୬୫ ଖଣ୍ଡ ଭୋଟ ପାଇଛି । ଏବଂ କଂଗ୍ରେସ ୨ ହଜାର ୮୫ ଖଣ୍ଡ ଭୋଟ ପାଇଛି । ତେବେ ସମୁଦାୟରେ ଏକାଦଶ ରାଉଣ୍ଡ ରେ ୨୧ହଜାର ୩୫୧ଭୋଟ ରେ ବିଜେଡି ଆଗୁଆ ରହିଛ ।