ପଦ୍ମପୁର:ଚାଲିଛି ପଦ୍ମପୁର ଭୋଟ ଗଣତି । ସପ୍ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୬ ହଜାର ୪୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩ ହଜାର ୪୭ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୫୦୩ ଖଣ୍ଡ ଭୋଟ ପାଇଛନ୍ତି । ତେବେ ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୨,୯୯୩ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
ତେବେ ସମୁଦାୟରେ ବିଜେଡି ୪୩ ହଜାର ୬ଶହ ୯୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୮ ହଜାର ୧୫୦ ଖଣ୍ଡ ଭୋଟ ପାଇଛି । ଏବଂ କଂଗ୍ରେସ ୧ ହଜାର ୬୩୪ ଖଣ୍ଡ ଭୋଟ ପାଇଛି । ତେବେ ସମୁଦାୟରେ ଅଷ୍ଟମ ରାଉଣ୍ଡ ରେ ୧୫ ହଜାର ୫୪୧ଭୋଟ ରେ ବିଜେଡି ଆଗୁଆ ରହିଛ ।