ପଦ୍ମପୁର:ଚାଲିଛି ପଦ୍ମପୁର ଭୋଟ ଗଣତି । ନବମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪ ହଜାର ୮ଶହ ୯୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨ ହଜାର୯ ଶହ ୯୩ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୧୬୨ ଖଣ୍ଡ ଭୋଟ ପାଇଛନ୍ତି । ତେବେ ନବମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧,୯୦୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
ତେବେ ସମୁଦାୟରେ ବିଜେଡି ୪୮ ହଜାର ୫ଶହ ୮୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୩୧ ହଜାର ୧୪୩ ଖଣ୍ଡ ଭୋଟ ପାଇଛି । ଏବଂ କଂଗ୍ରେସ ୧୭ ଶହ ୯୬ ଖଣ୍ଡ ଭୋଟ ପାଇଛି । ତେବେ ସମୁଦାୟରେ ନବମ ରାଉଣ୍ଡ ରେ ୧୭ ହଜାର ୪୪୫ଭୋଟରେ ବିଜେଡି ଆଗୁଆ ରହିଛ ।