ପଦ୍ମପୁର ଉପନିର୍ବାଚନ: ଆସିଲା ଦ୍ୱାଦଶ ରାଉଣ୍ଡ ରାଉଣ୍ଡ ଫଳାଫଳ

ଦ୍ୱାଦଶ ରାଉଣ୍ଡରେ ବିଜେଡି ଆଗୁଆ

0

ପଦ୍ମପୁର : ଚାଲିଛି ପଦ୍ମପୁର ଭୋଟ ଗଣତି । ଦ୍ୱାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪ହଜାର ୬ ଶହ ୬୩ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୪ହଜାର ୯୫ ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୧୧୨ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୫୬୮ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
ତେବେ ସମୁଦାୟରେ ବିଜେଡି ୬୪ ହଜାର ୭୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୪୨ହଜାର ୧୬୦ ଖଣ୍ଡ ଭୋଟ ପାଇଛି । ଏବଂ କଂଗ୍ରେସ ୨୧ଶହ ୯୭ ଖଣ୍ଡ ଭୋଟ ପାଇଛି । ତେବେ ସମୁଦାୟରେ ଦ୍ୱାଦଶ ରାଉଣ୍ଡ ସୁଦ୍ଧା ୨୧,୯୧୯ ଭୋଟ ରେ ବିଜେଡି ଆଗୁଆ ରହିଛ ।