ହରିଆଣା ସୁରଜକୁଣ୍ଡରେ ବାଲୁକାକୃତି ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ..

0

ହରିଆଣା ସୁରଜକୁଣ୍ଡର ଓଡ଼ିଶା ପାଭିଲିଅନ୍ ରେ ଶ୍ରୀଜୀଉଙ୍କ ବାଲୁକାକୃତି ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ହରିୟାଣାରେ ୩୮ତମ ସୁରଜକୁଣ୍ଡ ଆନ୍ତର୍ଜାତୀୟ ହସ୍ତଶିଳ୍ପ ମେଳା ଅବସରରେ ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ ।ଚଳିତ ବର୍ଷ ଏହି ଆନ୍ତର୍ଜାତୀୟ ମେଳାରେ ଓଡିଶା ଥିମ୍ ରାଜ୍ୟ ରହିଛି ।ଏହି ଅବସରରେ ଓଡିଶା ପର୍ୟ୍ୟଟନ ବିଭାଗ ବିଭିନ୍ନ କଳା, ସଂସ୍କୃତି ଏବଂ ଖାଦ୍ୟ ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରୁଛି।ମିନି ଓଡ଼ିଶା ପରି ଦେଖାଯାଉଛି ସୁରଜାକୁଣ୍ଡର ଓଡ଼ିଶା ପାଭିଲିଅନ୍ । ବାଲୁକାକୃତିରେ ମହାପ୍ରଭୁଙ୍କ ପ୍ରତିକୃତିକୁ ଅବିକଳ ଛାପ ଦେଇଛନ୍ତି ସୁଦର୍ଶନ। ,,,