ବିଶ୍ୱ ରେକର୍ଡରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକୃତି

0

ପୁରୀ/ ସଞ୍ଜୟ ମହାପାତ୍ର : ଅଯୋଧ୍ଯାରେ ଶ୍ରୀରାମଙ୍କ ଭବ୍ଯ ମନ୍ଦିର ପ୍ରତିଷ୍ଠା ସହ ହେବ ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ।  ଏହି ଅବସରରେ ଅଯୋଧ୍ଯାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିରେ ଗଢିଛନ୍ତି ୨୩ଫୁଟ ଉଚ୍ଚତା ବିଶିଷ୍ଟ ବିଶ୍ୱର ସବୁଠାରୁ ବଡ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି। ଏଥିସହିତ  ବାଲିରେ ନିର୍ମିତ  ରାମ ମନ୍ଦିର ଉପରେ ଲଗାଯାଇଛି ୫ଶହଟି ରାମମନ୍ଦିରର କ୍ଷୁଦ୍ରାକୃତି।  ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତୀଷ୍ଠା ସମାରୋହରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ତାଙ୍କର ଅନୁଷ୍ଠାନର ଛାତ୍ର ମାନେ ମିଶି ଏହି ବିଶାଳ ବାଲୁକାକୃତି ପ୍ରସ୍ତୁତ କରିଛନ୍ତି। ତେବେ ଏହି ବାଲୁକାକୃତିରେ  ଶ୍ରୀରାମଙ୍କ ଉଚ୍ଚତା ୨୩ ଫୁଟ ରହିଥିବା ବେଳେ ଦୈର୍ଘ୍ୟ ୫୫ଫୁଟ ଏବଂ ମୋଟେଇ ୩୫ ଫୁଟ ରହିଛି। ଏଥି ସହିତ  ଶ୍ରୀରାମ ପାର୍କରେ ମନ୍ଦିରର ୫୦୦ କ୍ଷୁଦ୍ର ପ୍ରତିକୃତି ସ୍ଥାପନ କରି  ୨୦୨୪ ଜାନୁଆରୀ ୨୧ରେ ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।  ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବାଲୁକାକୃତି ପ୍ରଦର୍ଶନୀକୁ ପରିଦର୍ଶନ କରି  ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଥିବାରୁ ତାଙ୍କୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି। ୟୁପି ସରକାରଙ୍କ ଅଧିକାରୀମାନେ ତାଙ୍କୁ ରେକର୍ଡ ପ୍ରମାଣପତ୍ର ପ୍ରଦାନ କରିଥିଲେ।  ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ମୂର୍ତ୍ତି ସମ୍ମୁଖରୁ ସେଲଫି ନେଇଥିଲେ।