ମୁମ୍ବାଇ: ଚଳିତ ବର୍ଷ ମୁମ୍ବାଇ ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ କ୍ଷୁଦ୍ର ଚଳଚ୍ଚିତ୍ର ପାଇକ ବିଦ୍ରୋହକୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ମିଳିଛି । ଅକ୍ଷୟ କୁମାର ପରିଜାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ଚିତ୍ରିତ କରାଯାଇଛି । ତତ୍କାଳୀନ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ନିୟମ ବିରୁଦ୍ଧରେ ବୁକି ଜଗବନ୍ଧୁଙ୍କ ଦ୍ୱାରା ପାଇକା ବିଦ୍ରୋହ ହୋଇଥିଲା।
୧୮୧୭ ମସିହାରେ ଘଟିଥିବା ଓଡ଼ିଶାରେ ସଂଗଠିତ ପାଇକ ବିଦ୍ରୋହ ଆଧାରରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ପାଇକ ବିଦ୍ରୋହ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସିନେମାଟୋଗ୍ରାଫି, ଶ୍ରେଷ୍ଠ ସମ୍ପାଦନା ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ୨୦୧୮ ରେ ଚାରିଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ଏହି ଚଳଚିତ୍ରରେ ଜୟୀ ରାଜଗୁରୁ ଚରିତ୍ରରେ ମନୋଜ ମିଶ୍ର ଓ ବକ୍ସି ଜଗବନ୍ଧୁ ଚରିତ୍ରରେ ସମରେଶ ରାଉତରାୟ ଅଭିନୟ କରିଛନ୍ତି । ହରପ୍ରସାଦ ଦାସ ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି । ସିନେମାଟୋଗ୍ରାଫିରେ ପ୍ରତାପ ରାଉତ ଓ ଏଡିଟିଂରେ ଅର୍ଚ୍ଚିତ ଡି. ରସ୍ତୋଗୀ ଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ଚିନ୍ତକ ହରପ୍ରସାଦ ଦାସ | ଐତିହାସିକ ପୃଷ୍ଠଭୂମିର ଏହି ଚଳଚ୍ଚିତ୍ର ପାଇଁ ପୋଷାକ ଡିଜାଇନ କରିଛନ୍ତି ସହ ପ୍ରଯୋଜିକା ବର୍ଣ୍ଣାଳୀ ରଥ |
SR