ପୂର୍ବତନ ISI ମୁଖ୍ୟଙ୍କୁ ଗିରଫ କଲା ପାକ୍ ସେନା

0

ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା। ପୂର୍ବତନ ISI ମୁଖ୍ୟଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଜାରି ହୋଇଛି କୋର୍ଟ ମାର୍ସଲ ନିର୍ଦ୍ଦେଶ। ପୂର୍ବତନ ISI ମୁଖ୍ୟ ଫୈଜ୍ ହମିଦଙ୍କୁ ଗିରଫ କରିଛି ପାକ୍ ସେନା ।

ଟପ୍ ସିଟି ଆବାସ ଯୋଜନା ଦୁର୍ନୀତିରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ପାକିସ୍ତାନ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି ।  ଲେପ୍ଟନାଣ୍ଟ ଜେନେରା(ଅବସରପ୍ରାପ୍ତ) ଫୈଜ ଅହମଦଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା। ଏଥିପାଇଁ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଛି ।

ତାଙ୍କ ବିରୋଧରେ ପାକିସ୍ତାନ ସେନା ଆଇନ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବତନ ଜେନେରାଲ ଅବସର ପରେ ଏକାଧିକ ଥର ପାକିସ୍ତାନ ଆର୍ମି ଆକ୍ଟର ଉଲ୍ଲଙ୍ଘନ କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ତଦନ୍ତ କରାଯାଇଥିଲା।