ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ୱାର ବୈଠକରେ ସମାଲୋଚନା ହେଲା ପାକିସ୍ତାନ । ପହଲଗାମ ଆକ୍ରମଣରେ ଲସ୍ତର-ଇ-ତୋଇବାର ସମ୍ପୃକ୍ତି ନେଇ ପଚାରିଲେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ପାକିସ୍ତାନକୁ ପ୍ରଶ୍ନ । ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ପାକିସ୍ତାନକୁ ଭର୍ତ୍ସନା କରାଯାଇଛି । ଜାତିସଂଘ ସୁରକ୍ଷା ପରିଷଦ ମାଧ୍ୟମରେ ପାକ୍ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଚେଷ୍ଠା କରିଥିଲା । ହେଲେ ଫେଲ୍ ମାରିଲା ପାକିସ୍ତାନର ଡ୍ରାମା । ନିଜ ତିଆରି ଜାଲ ଓଲଟା ଫସିଲା ପାକ୍ । ବାରମ୍ବାର ପରମାଣୁ ଯୁଦ୍ଧର ଧମକକୁ ବିସମାଲୋଚନା ସେଠାରେ ନିନ୍ଦା କରାଯାଇଛି । ୟୁଏନ୍ଏସ୍ସି ଦ୍ୱାରା ପରମାଣୁ ଧମକକୁ ନିନ୍ଦା କରାଯିବା ସହ ଏଭଳି ମନ୍ତବ୍ୟରେ ଉସୁକାଇବା ପରିସ୍ଥିତି ସୃଷ୍ଠି କରିଥିବାରୁ କଡା ସମାଲୋଚନା କରାଯାଇଛି । ଭାରତ ସହ ଆଲୋଚନା କରି ପରିସ୍ଥିତି ସମ୍ବାଳିବାକୁ ଜାତିସଂଘ ତରଫରୁ ପାକିସ୍ତାନକୁ ଚେତାବନୀ ମିଳିଛି ।