(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାମ୍ମୁ-କାଶ୍ମୀରରୁ ଆର୍ଟିକିଲ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନରେ ସ୍ଥିତି ଗମ୍ଭୀର । ଭାରତରେ ଧାରା ଉଚ୍ଛେଦକୁ ନେଇ ଭାରତରେ ସ୍ଥିତିରେ ସେପରି କୌଣସି ଆଖିଦୃଶିଆ ପରିବର୍ତ୍ତନ ହୋଇ ନ ଥିଲେ ମଧ୍ୟ ପାକିସ୍ତାନ ସେୟାର ବଜାର ଏହାକୁ ନେଇ ଭୁଶୁଡି ପଡିଛିି ।
ପାକିସ୍ତାନୀ ସେୟାର ବଜାରର ଇଣ୍ଡେକ୍ସ କେଏସଇ୧୦୦ ୬୦୦ ସଂଖ୍ୟା ହ୍ରାସ ପାଇଛି । ଆଜି ପାକିସ୍ତାନୀ ସେୟାର ବଜାରର କେଏସଆଇ୧୦୦ ୩୧୬୬୬.୪୧ ସ୍ତରରେ ଖୋଲିଥିଲା ବେଳେ କିନ୍ତୁ ରାଜ୍ୟ ସଭାରେ ଧାରା ୩୭୦ ପାଶ ହେବା ପରେ ସେମୟାର ୬୮୭.୪୫ ଅଙ୍କ ହ୍ରାସ ପାଇଥିଲା । ଫଳରେ ଏହା ୩୦୯୭୮ ହୋଇଯାଇଥିଲା । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସେୟାର ବଜାର ଗତ ଦୁଇ ବର୍ଷ ହେଲା ବିଶ୍ୱର ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ନିବେଶକଙ୍କର ପ୍ରାୟ୬,୮୮,୦୦୦ ଟଙ୍କା କ୍ଷତି ହୋଇଛି ।