ପାକିସ୍ତାନୀ ଆତଙ୍କୀ ଲମ୍ବୁ ନିହତ

0

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସୁରକ୍ଷାକର୍ମୀତୟଗ୍ଦ ଙ୍ଘଭଜ୍ଞଶକ୍ଷହ ଜୈଶ-ଇ-ମହମ୍ମଦ ସହ କନେକ୍ସନ ଥିବା ପାକିସ୍ତାନୀ ଆତଙ୍କବାଦୀ ନିହତ । କଶ୍ମୀର ଜୋନ୍ ପୋଲିସ ଆଇଜିପି ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ପାକିସ୍ତାନୀ ଆତଙ୍କୀ ଲମ୍ବୁ ଓରଫ ସୈଫୁଲା ଆଜି ସଂଘର୍ଷ ବେଳେ ପ୍ରାଣହରାଇଛି । ଅନ୍ୟ ଆତଙ୍କବାଦୀଙ୍କର ଚିହ୍ନଟ କରାଯାଉଛି । ଏହି ସଫଳତା ପାଇଁ ସେନା ଓ ଅବନ୍ତିପୁରା ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି ଆଇଜିପି ।
ଲମ୍ବୁର ଜୈଶର ସଂସ୍ଥାପକ ମାସୁଦ ଆଝାର ସହିତ ଖୁବ୍ ଭଲ ସମ୍ପର୍କ ଥିଲା । ୨୦୧୮ ରେ ଲମ୍ବୁ ଏଲଓସି ପାର କରି କଶ୍ମୀର ଆସିଥିଲା । ଜୈଶ ନିଜର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କମାଣ୍ଡର କୋଡ୍ନେମ୍ ଦେଇଥାଏ ଓ ଲମ୍ବୁର କୋଡନେମ ଥିଲା ସୈଫୁଲା। ପାକିସ୍ତାନର ପଞ୍ଜାବରେ ରହୁଥିବା ଅବୁ ସୈଫୁଲା ଓରଫ ଲମ୍ବୁ ୨୦୧୯ ରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରିଥିବା ବ୍ୟକ୍ତିଙ୍କ ଭିତରେ ଅନ୍ୟତମ । କୁହାଯାଉଛି ଯେ, ଆକ୍ରମଣରେ ବ୍ୟବହୃତ ହୋଇଥିବା ଆଇଆଇଡିକୁ ସେ ତିଆରି କରିଥିଲା।