(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଦିନକୁ ଦିନ ପାକିସ୍ତାନର ଆର୍ଥିିକ ଅବସ୍ଥା ବିଗିଡ଼ିବାରେ ଲାଗିଛି । ତେଣୁ କରି ଇମ୍ରାନ ଚିନ୍ତାରେ । କିପରି ଏହି ମାନ୍ଦାବସ୍ଥାରୁ ବାହାରିବେ ସେ ନେଇ ଖସଡ଼ା ପ୍ରସ୍ତୁତ କରୁଛନ୍ତି । ତେଣୁ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କଟକଣା ଜାରି କରିଛନ୍ତି । ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ଅବସ୍ଥା ସାଂଘାତିକ ହୋଇପଡିଛି। ପାକିସ୍ତାନ ସରକାର ସହିତ ଭାରତ ସରକାର ସମସ୍ତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛି। ପାକିସ୍ତାନର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡିଛି। ଯାହାର ପ୍ରଭାବରେ ପାକିସ୍ତାନ ସରକାର ଖର୍ଚ୍ଚ କାଟ ଆରମ୍ଭ କରିଦେଇଛନ୍ତି। ଏପରିକି ସରକାରୀ ମିଟିଂରେ ଚା ବିସ୍କୁଟ ଉପରେ ବି ରୋକ ଲଗାଯାଇଛି। ଏହାସହ ମାଗାଜିନ୍, ପେପର କିଣା ଉପରେ ମଧ୍ୟ ଖର୍ଚ୍ଚ କାଟ କରାଯାଇଛି। ଆଗକୁ ସରକାରୀ ଗାଡି କିଣାକିଣି କରାଯିବନି ବୋଲି ନିର୍ଦେଶ ଦିଆଯାଇଛି। ଅଫିସରେ ବିଜୁଳି ଏବଂ ଟେଲିଫୋନ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି।