ମିଶାଇଲ୍ ଆଟାକ ପରେ ପାକିସ୍ତାନ ବନ୍ଦ କଲା ୩ ଏୟାରବେସ୍

0

ନୂଆଦିଲ୍ଲୀ-: ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ରାତି ଅଧରେ ପାକିସ୍ତାନରେ ଭାରତର ବଡ଼ ଧରଣର ଆକ୍ରମଣ କରାଯାଇଛି । ପାକିସ୍ତାନର ୪ ସହରରେ ବଡ଼ ଧରଣର ବିସ୍ଫୋଣ କରାଯାଇଛି । ପାକିସ୍ତାନ ବାୟୁସେନା ଘାଟି ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ସେନା ଶନିବାର ପ୍ରକାଶ କରିଛି। ଯେଉଁଥିରେ ସେନା ମୁଖ୍ୟାଳୟ ନିକଟ ତଥା ଇସଲାମାବାଦର ଉପକଣ୍ଠରେ ଥିବା ଗୋଟିଏ ଏୟାରବେସ୍ ଅନ୍ତର୍ଭୁକ୍ତ।

ସାମରିକ ମୁଖପାତ୍ର ଅହମ୍ମଦ ସରିଫ ଚୌଧୁରୀ ସରକାରୀ ଗଣମାଧ୍ୟମରେ କହିଛନ୍ତି ଯେ, ଭାରତୀୟ ମିଶାଇଲ୍ ନୁର ଖାନ ଘାଟି, ମୁରିଦ ଘାଟି ଏବଂ ଶୋରକୋଟ ଘାଟିକୁ ଟାର୍ଗେଟ କରିଥିଲା। ଯାହା ଫଳରେ ୩ ଏୟାରବେସକୁ ବନ୍ଦ କରାଯାଇଛି। ଏହାପରେ ଦେଶର ଏୟାରସ୍ପେସକୁ ବିମାନ ଚଳାଚଳ ପାଇଁ ବନ୍ଦ କରିଛି ପାକିସ୍ତାନ । ନୁରଖାନ ଏୟାରବେସ ହେଉଛି ପାକିସ୍ତାନର ଅନ୍ୟତମ ପ୍ରମୁଖ ଏୟାରପୋର୍ଟ । ଏଠାରେ ଉଭୟ ଏୟାରଫୋର୍ସ ଓ ଭିଆଇପି ଟ୍ରାନ୍ସପୋର୍ଟ ୟୁନିଟ ରହିଛି ।