ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ପାକିସ୍ତାନ

Pakistan has confirmed its place in the semi-finals

0

ଆଡିଲେଡ: ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ପାକିସ୍ତାନ । ଗ୍ରୁପ୍-୨ରୁ ଭାରତ ପରେ ଦ୍ୱିତୀୟ ଦଳ ଭାବରେ ପାକିସ୍ତାନ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିଛି । ବାଂଲାଦେଶକୁ ୫ ଓ୍ୱିକେଟରେ ପରାସ୍ତ କରି ସେମିରେ ପହଞ୍ଚିଛି ପାକ୍ । ଆଜି ସୁପର-୧୨ର ଗ୍ରୁପ-୨ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ବାଂଲାଦେଶ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ ।

କିନ୍ତୁ ବାଂଲାଦେଶର ଏହି ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରିଥିଲା ପାକିସ୍ତାନ । ପାକିସ୍ତାନ ବୋଲିଂ ଲାଇନ ଆଗରେ ଅଧିକ ରନ କରିପାରିନଥିଲା ବାଂଲାଦେଶ । ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୨୭ ରନ କରିପାରିଥିଲା ବାଂଲାଦେଶ । ତେବେ ଏହାର ଜବାବରେ ପାକିସ୍ତାନ ଏହି ଲକ୍ଷ୍ୟକୁ ୫ ଓ୍ୱିକେଟରେ ହାସଲ କରିଥିଲା । ଯାହାଫଳରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଦଳ । ତେବେ ଗ୍ରୁପ୍-୨ରୁ ଭାରତ, ପାକିସ୍ତାନ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିବାବେଳେ ଗ୍ରୁପ-୧ରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ।