ଟ୍ରଫି ପାଇଁ ୮ଶହ କୋଟିର କ୍ଷତି ସହିଲା ପାକିସ୍ତାନ କ୍ରିକେଟ ବୋର୍ଡ

0

ବ୍ୟୁରୋ : ପାକିସ୍ତାନ କ୍ରିକେଟ ବୋର୍ଡ ସହିଲା ବଡ କ୍ଷତି । ଦୀର୍ଘ ୨୯ ବର୍ଷ ପରେ ଓଉଉ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ମହଙ୍ଗା ପଡିଲା । ୨୦୨୫ ମସିହାରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପାଇଁ ପ୍ରାୟ ୮୦୦ କୋଟି ବ୍ୟୟ କରିଛି ପିସିବି ।

PCB Overhauls Selection Committee Following Multan Defeat
ପାକିସ୍ତାନର ଆଶା ଥିଲା ସେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ସେ କୋଟି କୋଟି ଟଙ୍କା ଲାଭ କରିବ । କିନ୍ତୁ କୋଟି କୋଟି ଅର୍ଥ ବ୍ୟୟ କରିଥିଲେ ସୁଦ୍ଧା ପ୍ରାୟ ୮୫ ପ୍ରତିଶତ କ୍ଷତି ସହିବାକୁ ପଡିଛି । ଘରୋଇ ମ୍ୟାଚ୍ ଆୟୋଜନ କରିବା ପାଇଁ ପିସିବି ୮୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା । କିନ୍ତୁ ମାତ୍ର ୫୨ କୋଟି ଟଙ୍କା ରୋଜଗାର କରିପାରିଛି । ହିସାବ ଲଗାଇଲେ ୭୯୯ କୋଟି ଟଙ୍କାର କ୍ଷତି ସହିଛି ପିସିବି । ତାହାର ପ୍ରଭାବ ଖେଳାଳି ମାନଙ୍କ ଉପରେ ପଡିଛି । କ୍ଷତି ପୂରଣ ଲକ୍ଷ୍ୟରେ ଘରୋଇ ଖେଳାଳିଙ୍କ ମ୍ୟାଚ୍ ଫି ବହୁ ପରିମାଣରେ ପିସିବି ହ୍ରାସ କରିଛି ।
ସୂଚନାଯୋଗ୍ୟ ଯେ, ଘରୋଇ ମାଟିରେ ଚାମ୍ପିଅନ୍ସ ଟ୍ରଫି ଖେଳିଥିବା ପାକିସ୍ତାନ କ୍ରିକେଟ୍ ଦଳ ଟୁର୍ଣ୍ଣାମେଣ୍ଟରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା । ଦଳ କେବଳ ୫ ଦିନ ମଧ୍ୟରେ କୌଣସି ମ୍ୟାଚ୍ ଜିତି ନପାରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା । ଦଳ ଗ୍ରୁପ୍ ପର୍ୟ୍ୟାୟରୁ ଆଗକୁ ବଢ଼ିପାରିଲା ନାହିଁ ।

Ramiz Raja sacked as Pakistan Cricket Board chairman; Najam Sethi to take  over - Ramiz Raja sacked as Pakistan Cricket Board chairman; Najam Sethi to  take over BusinessToday
ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ପାକିସ୍ତାନର ଲାହୋର, କରାଚୀ ଏବଂ ରାୱଲପିଣ୍ଡି ସମେତ ତିନୋଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଭାରତୀୟ ଦଳ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିଥିଲା । ଫାଇନାଲ୍ ମଧ୍ୟ ଦୁବାଇରେ ଅନୁଷ୍ଠିତ ହୋଇଥିଲା । ତିନୋଟି ଘରୋଇ ଷ୍ଟାଡିୟମର ନବୀକରଣ ପାଇଁ ପାକିସ୍ତାନୀ ବୋର୍ଡ ୫୮ ନିୟୁତ ଡଲାର (ପ୍ରାୟ ୫୦୪ କୋଟି ଟଙ୍କା) ଖର୍ଚ୍ଚ କରିଥିଲା । ହେଲେ ଫାଇନାଲ ସମେତ ଭାରତୀୟ ଟିମ୍ ପାକିସ୍ତାନ ନ ଯିବା କାରଣରୁ, ପାକିସ୍ତାନକୁ ବଡ଼ କ୍ଷତି ସହିବାକୁ ପଡିଛି ।