ନୂଆଦିଲ୍ଲୀ: ଥରିଲା ପାକିସ୍ତାନ । ଭୂକମ୍ପ ଝଟକାରେ ଥରହର ପକିସ୍ତାନ ବାସୀ । ତେବେ ପାକିସ୍ତାନରେ ୪.୨ତୀବ୍ରତାର ଭୂକମ୍ପର ହୋଇଥିବା କୁହାଯାଉଛି । ଏହା ଆଜି ୪ଟା୫ମିନିଟରେ ହୋଇଥିଲା ଯେଉଁଥିରେ ଭୟଭିତ ହୋଇ ଲୋକ ଘରୁ ବାହାରି ଚାଲିଯାଇଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । କିଛିଦିନ ତଳେ ୨୦୨୫ ଏପ୍ରିଲ ୩୦ ତାରିଖରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରେକର୍ଡ କରାଯାଇଥିଲା ।
ସୂଚନାଯୋଗ୍ୟ, ପାକିସ୍ତାନର ଅନେକ ସହରରେ ଏପ୍ରିଲ ୫ ତାରିଖ ସୋମବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭାରତ ଆକ୍ରମଣ ଭୟରେ ଭୟଭୀତ ଥିବା ପରିସ୍ଥିତିରେ ଭୂକମ୍ପର ଝଟକାରେ ପାକିସ୍ତାନବାସୀ ଥରହର ହୋଇଯାଇଛନ୍ତି ।