ନୂଆଦିଲ୍ଲୀ-: ଭାରତର ଅପରେଶନ ସିନ୍ଦୁର ପରେ ପାକିସ୍ତାନୀ ସେନାରେ ଆତଙ୍କ ଖେଳିଯାଇଛି। ଫଳରେ ସେମାନେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି ଏବଂ ପାକିସ୍ତାନ ସୋସିଆଲ ମିଡିଆରେ ନିରନ୍ତର ମିଥ୍ୟା ପୋଷ୍ଟ କରି ଗୁଜବ ପ୍ରସାର କରିବାକୁ ଚେଷ୍ଟା କରୁଛି। ଗୋଟିଏ ଭାରତର ଏୟାର ଡିଫେନ୍ସ ସିଷ୍ଟମ S-400 ନଷ୍ଟ କରିବା ନେଇ ମିଛ ଦାବି ସହିତ ଭାରତୀୟ ବାୟୁସେନାର ଜଣେ ମହିଳା ପାଇଲଟଙ୍କୁ ବନ୍ଦୀ କରିଥିବା କଥା ଗୁଜବ ପ୍ରଚାର କରୁଛି। ତେଣୁ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ ଶନିବାର ପାକିସ୍ତାନ ସମର୍ଥକ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼କରେ ଅନେକ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସୂଚନା ଦେଇଛି। ଏଥିସହ ଲୋକମାନଙ୍କୁ ଗୁଜବ ଉପରେ ବିଶ୍ୱାସ ନ କରି ସମସ୍ତ ସୂଚନା ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।
ଭାରତୀୟ ସେନା ନିରନ୍ତର ପାକିସ୍ତାନୀ ଆକ୍ରମଣର ଉଚିତ ଜବାବ ଦେଉଛି। ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ସେମାନଙ୍କର ଡ୍ରୋନ ଏବଂ ମିଶାଇଲକୁ ଆକ୍ରମଣକୁ ଆକାଶରେ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଛି। ପାକିସ୍ତାନ ଏବେ କିଛି କରିପାରୁନାହିଁ, ସେ ନିଜ ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ମହିଳା ପାଇଲଟଙ୍କୁ ବନ୍ଦୀ କରିବାର ମିଥ୍ୟା ଖବର ଲଗାତାର ପ୍ରସାର କରୁଛି। ଅନେକ ପାକିସ୍ତାନୀ ସମର୍ଥକ ଦାବି କରୁଛନ୍ତି ଯେ, ଭାରତୀୟ ବାୟୁସେନାର ମହିଳା ପାଇଲଟ ସ୍କ୍ବାଡ୍ରନ ଲିଡର ଶିବାନୀ ସିଂହଙ୍କୁ ବନ୍ଦୀ କରାଯାଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଖବର ଏବଂ ଏହି ଦାବି ମଧ୍ୟ ସମ୍ପୂର୍ଣ୍ଣ ଭୁଲ।