ଭୁବନେଶ୍ୱର : ଓଟିପି ସେୟାରିଂ ସ୍କାମ୍ରେ ପାକିସ୍ତାନ ଲିଙ୍କ୍ ମାମଲା। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫକୁ ବଡ଼ ସଫଳତା ମିଳିଛି। ଆସାମରୁ ଆଉ ଜଣକୁ ଗିରଫ କଲା ଏସ୍ଟିଟିଏଫ୍ ଟିମ୍ | ଅଭିଯୁକ୍ତ ଜଣକ ହେଲେ ଇକ୍ବାଲ ହୁସେନ୍ । ଏସ୍ଟିଟିଏଫ୍ ଆସାମର ସ୍ଥାନୀୟ କୋର୍ଟରେ ଇକ୍ବାଲ୍କୁ ହଜାର କରି 5 ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି।
ସୂଚନା ଅନୁସାରେ ଇକ୍ବାଲ ଘର ଆସାମ ନଗାଁଓ ଜିଲ୍ଲା ବଟାଦ୍ରବା ଥାନାର ଗେଣ୍ଡୁଆ ପୋଥାର ଗାଁରେ। ସେ ଦୀର୍ଘ ଦିନ ଧରି ବେଙ୍ଗାଲୁରୁରେ ରହୁଥିଲା। କିଛି ଦିନ ତଳେ ଘରକୁ ଫେରିଥିଲା। ସ୍ଥାନୀୟ ପୁଲିସ ସହାୟତାରେ ଏସ୍ଟିଟିଏଫ୍ ଟିମ୍ ତାକୁ ତା’ ଘରୁ ଉଠାଇଛି। ଏସଟିଏଫ୍ ସନ୍ଦେହ କରୁଛି, ପାକିସ୍ତାନର ଇଣ୍ଟିଲିଜେନ୍ସି ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କରେ ଥିଲା। WhatsApp, Telegram ଓ ନକଲି ଆକାଉଣ୍ଟ ଓଟପି ଦେଇଥିଲା। ପୂର୍ବରୁ ପଠାଣି ଓ ଅଭିଜିତ ଦେଶମୁଖ ଗିରଫ ପରେ ମୋବାଇଲ ସୁଇଚ ଅଫ କରିଥିଲା ଅବଦୁଲ। ସେ 37 ଟି ମୋବାଇଲ ଓ 500 ସୀମ ବ୍ୟବହାର କରିଥିଲା। ଗତ 2 ବର୍ଷ ହେଲା OTP, WhatsApp , Telegram ସେୟାର କରି ମାସକୁ 50 ରୁ 60 ହଜାର ଟଙ୍କା ରୋଜ5 କରୁଥିବା STF ଆଗରେ ଅବଦୁଲ ସ୍ୱୀକାର କରିଛି। ଏପରିକି ତାଙ୍କ ଗାଁ ର ଲୋକ ମାନେ ସାଇବର ଅପରାଧ ସମ୍ପୂର୍କ୍ତ ଅଛନ୍ତି। ସୀମ ବ୍ୟବହାର କରି ପୋଖରୀକୁ ଫିଙ୍ଗି ଦେଉଛନ୍ତି।