କରାଚି ବାସିନ୍ଦା ଏରିକା ରବିନ୍ ‘ମିସ୍ ୟୁନିଭର୍ସ ପାକିସ୍ତାନ୨୦୨୩’ ଟାଇଟଲ ହାସଲ କରିଛନ୍ତି । ଏହି ଟାଇଟଲ ହାସଲ କରିବାନେ ପାକିସ୍ତାନର ପ୍ରଥମ ମହିଳା । ଟାଇଟଲ ଜିତିଲେ ଲୋକ ଖୁସି ହୁଅନ୍ତି କିନ୍ତୁ ତାଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଯେବେରୁ ପାକିସ୍ତାନରେ ମିସ୍ ୟୁନିଭର୍ସକୁ ନେଇ ବିବାଦ ବନ୍ଦ ହେବାର ନାଁ ନେଉନାହିଁ । ପାକିସ୍ତାନ ପ୍ରଥମ ମହିଳା ଜିତିବା ପରେ ମଧ୍ୟ ବିଜୟର ଉତ୍ସବ ପାଳିବା ବଦଳରେ ପରିସ୍ଥିତି ଏପରି ହୋଇଛି ବିଜୟର ଉତ୍ସବ ପାଳିପାରିଲେ ନାହିଁ ।
ଦୁବାଇ କମ୍ପାନୀ ଇଉଜିନ୍ ଗ୍ରୁପ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି କମ୍ପାନୀ ବାହାରିନ ଏବଂ ଇଜିପ୍ଟରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ପାକିସ୍ତାନର ବହୁ ଧାର୍ମିକ ନେତା ତଥା ପ୍ରଧାନମନ୍ତ୍ରୀ କାକର ନିଜେ ଏହି ଘଟଣାକୁ ଦେଶ ବିରୁଦ୍ଧରେ ଷଡଯନ୍ତ୍ର ବୋଲି କହିଛନ୍ତି ।
ଏହି ଘଟଣା ପରେ ପାକିସ୍ତାନର ମୋଲବାଦୀ ଧାର୍ମିକ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଜଣେ ମୋଲବାଦୀ ତାକି ଉସମାନି କହିଛନ୍ତି- ସର୍ବପ୍ରଥମେ ସରକାର ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଆମେ କଦାପି ଏହା ଗ୍ରହଣ କରିବୁ ନାହିଁ ଯେ କୌଣସି ପାକିସ୍ତାନୀ ଝିଅ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ ବୋଲି । ଜଣେ ପାକିସ୍ତାନୀ ରାଜନେତା ମୁସ୍ତାକ ଅହମ୍ମଦ ଖାନ କହିଛନ୍ତି- ଏହି ଲଜ୍ଜାଜନକ କାର୍ଯ୍ୟକ୍ରମ କିଏ ଆୟୋଜନ କଲା ? ତାଙ୍କୁ ଗିରଫ କରାଯିବା ଉଚିତ୍। ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ କାକର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ପାକିସ୍ତାନର ନାମ ବ୍ୟବହାର କରିବାକୁ ଆୟୋଜକମାନଙ୍କୁ କିଏ ଅନୁମତି ଦେଇଛନ୍ତି ତାହା ଜାଣିବାକୁ କହିଛନ୍ତି ? ଏହି ଘଟଣା ପାକିସ୍ତାନର ମହିଳାମାନଙ୍କ ପ୍ରତି ଲଜ୍ଜାଜନକ ଏବଂ ଅପମାନଜନକ ଥିଲା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।