(ପ୍ରିୟଦର୍ଶନୀ ସ୍ୱାଇଁ) ମୁମ୍ବାଇ : ଗତ କିଛି ଦିନ ମଧ୍ୟରେ ଭାରତ-ପାକ୍ ମଧ୍ୟରେ ଯାହା ଦୁର୍ଘଟଣା ଘଟିଯାଇଛି , ତାହା ଦୁଇ ଦେଶର ସଂପର୍କକୁ ଆହୁରି ତିକ୍ତ ତିକ୍ତତା ବଢ଼ାଇ ଦେଇଛି । ପୁଲଓ୍ଵାମା ଆକ୍ରମଣରେ ଭାରତର ୪୦ଜଣ ଯବାନ ସହିଦ୍ ହେବା ପରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି । ଏନେଇ ଅନେକ ଦେଶ ପାକିସ୍ତାନ ବିରୋଧ କରିଥିଲେ ମଧ୍ୟ ପାକ ସୁଧୁରିବାର ନାଁ ନେଉ ନାହିଁ । ତେବେ ଆଗକୁ ହୋଲି ଥିବା ବେଳେ ଏହି ଅବସରରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସବୁ ହିନ୍ଦୁ ସମୁଦାୟକୁ ହୋଲିର ଟୁଇଟ୍ ଯୋଗେ ଶୁଭକାମନା ଜଣାଇଥିବାର ଦେଖିବାକୁ ମିଳିଛି ।
Wishing our Hindu community a very happy and peaceful Holi, the festival of colours.
— Imran Khan (@ImranKhanPTI) March 20, 2019
ଏହି ଟୁଇଟ୍ ରେ ଲେଖିଛନ୍ତି , “ଆମର ସବୁ ହିନ୍ଦୁ ଭାଇ ମାନଙ୍କୁ ଶାନ୍ତିପୁର୍ଣ୍ଣ ହୋଲିର ଶୁଭକାମନା” । ଇମ୍ରାନଙ୍କ ଏଭଳି ଟୁଇଟ୍ ଆସିବା ପରେ ବଲିଉଡ୍ର ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ୍ ତାଙ୍କୁ କଡ଼ା ଜବାବ ଦେଇଛନ୍ତି । ଲେଖିଛନ୍ତି କି , “ଆମ ଦେଶର ଯବାନମାନଙ୍କ ରକ୍ତରେ ପ୍ରଥମେ ହୋଲି ଖେଳିବା ବନ୍ଦ କର । ତା’ ପରେ ଆମକୁ ଶୁଭକାମନା ଜଣାଇବ” । ଅଶୋକଙ୍କ ଏପରି କଡା ଜବାବକୁ ପସନ୍ଦ ବେଶ କରିଛନ୍ତି ଭାରତର ଲୋକେ ।
Stop playing Holi with blood of our soldiers on your hands and then wish us. #PulwamaAttack. https://t.co/tqmBO1uP8Y
— Ashoke Pandit (@ashokepandit) March 20, 2019